ଅଢ଼େଇ କୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଦିଆଯାଇନି ଅତ୍ୟାବଶ୍ୟକ ଟିକା, ଡବ୍ଲୁଏଚଓ-ୟୁନିସେଫ୍‌ ପକ୍ଷରୁ ସତର୍କ ସୂଚନା…

ଜେନେଭା, ୧୬।୭ : ଡବ୍ଲୁଏଚଓ ଏବଂ ୟୁନିସେଫର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୦୨୧ ବର୍ଷରେ ବିଶ୍ୱରେ ଅଢ଼େଇକୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଅତ୍ୟାବଶ୍ୟକ ଟିକା ପ୍ରଦାନ କରାଯାଇ ନାହିଁ। ଗତ ୩୦ ବର୍ଷ ମଧ୍ୟରେ ଏଭଳି ସ୍ଥିତି କେବେ ସୃଷ୍ଟି ହୋଇ ନଥିଲା ବୋଲି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଳେଖ କରାଯାଇଛି।

ବିଶ୍ୱ ସ୍ତରରେ ନବଜାତ ଶିଶୁଙ୍କୁ ଟିକାକରଣ ପୂର୍ବରୁ ହ୍ରାସ ପାଉଥିଲା, କିନ୍ତୁ କରୋନା ମହାମାରୀ ଯୋଗୁ ଏହି ସଂଖ୍ୟା ଅଧିକ ବଢ଼ିଛି। ନବଜାତ ଶିଶୁଙ୍କୁ ଡିଫଥେରିଆ, ଟିଟାନସ ଏବଂ ପେର୍ଟୁସିସ (ଡିଟିପି-୩)ର ତିନି ଡୋଜ ଗ୍ରହଣ କରୁଥିବା ନବଜାତ ଶିଶୁଙ୍କୁ ସଂଖ୍ୟା ୨୦୧୯ଠାରୁ ପାଞ୍ଚ ପ୍ରତିଶତ ହ୍ରାସ ପାଇ ୨୦୨୧ ରେ ୮୧ ପ୍ରତିଶତକୁ ଖସି ଆସିଛି। ଫଳସ୍ବରୂପ, ୨୦୨୧ରେ, ଅଢ଼େଇକୋଟିରୁ ଅଧିକ ନବଜାତ ଶିଶୁ ଡିଟିପି ଟିକାର ଏକ ବା ଏକାଧିକ ଡୋଜରୁ ବଞ୍ଚିତ ହୋଇଛନ୍ତି। ୨୦୨୦ ଏବଂ ୨୦୧୯ ତୁଳନାରେ ଏହି ସଂଖ୍ୟା ୨୦ ଲକ୍ଷ ଅଧିକ ରହିଛି।

Share