Categories: ବାଣିଜ୍ୟ

ନଗଦ ଉଠାଣ ଲାଗି ବ୍ୟାଙ୍କଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ,୨୮।୬: କରୋନା ଭାଇରସ୍‌ ଲାଗି ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ବ୍ୟାଙ୍କଗୁଡିକର ନଗଦ ଅସୁବିଧାକୁ ସମାଧାନ କରିବା ଲାଗି ବର୍ଦ୍ଧିତ ଋଣ ସୁବିଧାର ସୀମାକୁ ସେପ୍ଟେମ୍ବର ୩୧ ଯାଏ ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରିଛି। ଏହାଦ୍ୱାରା ବ୍ୟାଙ୍କଗୁଡିକ ନଗଦ ଉଠାଣ ଲାଗି ଅଧିକ ସମୟ ପାଇବେ ବୋଲି କୁହାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୨୭ ପରଠାରୁ ଏହି ସୁବିଧାର ଘୋଷଣା କରାଯାଇଥିଲା। ଏହାଦ୍ୱାରା ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କଠାରୁ ନିଜର ନେଟ୍‌ ଚାହିଦା ଏବଂ ସମୟ ଲାଏବିଲିଟି ମୁତାବକ ୨% ପରିବର୍ତ୍ତେ ୩% ଋଣ ଉଠାଇପାରିବେ। ବ୍ୟାଙ୍କଗୁଡିକ ନଗଦ ଉଠାଣ ସଂକ୍ରାନ୍ତ ପୂର୍ବରୁ ୩୦ ଜୁନ ଯାଏ ଉପଲବ୍ଧ ରହିଥିଲା। ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ବର୍ତ୍ତମାନ ଏହାକୁ ସେପ୍ଟେମ୍ବର ଶେଷ ଯାଏ ବୃଦ୍ଧି କରାଯାଇଛି ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ରହିଛି।

Share