Categories: ବାଣିଜ୍ୟ

ଋଣ ଉଠାଇବା ଲାଗି ରାଜ୍ୟଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ: ବଜାରରୁ ଋଣ ଉଠାଇବା ଲାଗି ରିଜର୍ଭ ବ୍ୟାଙ୍କ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଆଉ ୬ ମାସ ଅଧିକ ସମୟ ପ୍ରଦାନ କରିଛି। ଏହି ସମୟରେ ରାଜ୍ୟ ଓଭରଡ୍ରାଫ୍ଟ ସୁବିଧା ମଧ୍ୟ ନେଇପାରିବେ। କରୋନା ସମୟରେ ରାଜ୍ୟଗୁଡିକର ଖର୍ଚ୍ଚ ବଢ଼ିଥିବାରୁ ଏହାକୁ ଧ୍ୟାନରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କୋଭିଡ୍‌ ସଙ୍କଟ ସମୟରେ ବଜାର ଋଣ ଉଠାଣ ନେଇ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ରିଜର୍ଭ ବ୍ୟାଙ୍କ ଅନୁମତି ପ୍ରଦାନ କରିଥିଲା। ଏହି ସୀମା ସେପ୍ଟେମ୍ବର ୩୦ ଯାଏ ରହିଥିଲା। ବର୍ତ୍ତମାନ ଋଣ ଉଠାଣ ସୀମାକୁ ଆଉ ୬ ମାସ ବଢାଯାଇଥିବାରୁ ଆବଶ୍ୟକତା ଅନୁସାରେ ରାଜ୍ୟ ଋଣ ଉଠାଇବାରେ କୌଣସି ଅସୁବିଧା ସାମ୍ନା କରିବାକୁ ପଡିବ ନାହିଁ।

Share