Categories: ଜାତୀୟ

ପ୍ରଥମ ଥର ପାଇଁ ମୋଦି ସରକାରକୁ ସମାଲୋଚନା କଲେ ଅନୁପମ

ନୂଆଦିଲ୍ଲୀ, ୧୨ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ସମର୍ଥକ ଭେଟେରାନ ଆକ୍ଟର ଅନୁପମ ଖେର ପ୍ରଥମ ଥର ପାଇଁ ଭାଜପା ସରକାରକୁ ସମାଲୋଚନା କରିଛନ୍ତି। ତାଙ୍କ ମତରେ କୋଭିଡ୍‌-୧୯ ମହାମାରୀ ସ୍ଥିତିରେ ସରକାର ଠିକ୍‌ ଭାବେ ଦାୟିତ୍ୱ ନିର୍ବାହ କରୁ ନାହାନ୍ତି।

କୋଭିଡ୍‌ ପ୍ରଭାବିତ ପରିବାର ହସ୍ପିଟାଲ ବେଡ୍‌ ପାଇଁ ଭିକ ମାଗୁଛନ୍ତି। ମୃତଦେହ ନଦୀରେ ଭାସୁଛି। ରୋଗୀମାନେ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାବମୂର୍ତ୍ତୀ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସରକାର। ବୁଝିବାକୁ ପଡ଼ିବ ଭାବମୂର୍ତ୍ତୀ ଠାରୁ ଜୀବନର ମୂଲ୍ୟ ଢେର ଅଧିକ। ବିଭିନ୍ନ କ୍ଷେତ୍ରରେ ହୋଇଥିବା ତ୍ରୁଟି ପାଇଁ ସମାଲୋଚନା କରାଯିବା ଯର୍ଥାତ। ଦେଶବାସୀ କ’ଣ ପାଇଁ ବାଛିଛନ୍ତି, ତାହା ଦେଖାଇବାର ସମୟ ଆସିଯାଇଛି। ନଦୀରେ ମୃତଦେହ ଭାସୁଛି। ମୋ ମତରେ ଏହା ମଣିଷଙ୍କ ହୃଦୟ ଥରାଇ ଦେବା ପାଇଁ ଯଥେଷ୍ଟ। କିନ୍ତୁ ଅନ୍ୟ ରାଜନୈତିକ ଦଳ ଏହାକୁ ସୁଯୋଗ ଭାବିବା ଉଚିତ ନୁହେଁ ବୋଲି ଅନୁପମ ଏକ ସାକ୍ଷାତ୍‌କାରରେ କହିଛନ୍ତି।

ଭାଜପା ଏମ୍‌ପି ତଥା ବଲିଉଡ୍‌ ଅଭିନେତ୍ରୀ କିରନ ଖେରଙ୍କ ସ୍ବାମୀ ଗତ ସପ୍ତାହରେ ‘ଆୟେଗା ତୋ ମୋଦି ହି’ (ମୋଦି ହିଁ ଫେରିବେ) ଟୁଇଟ୍‌ କରି ଟ୍ରୋଲ ହୋଇଥିଲେ।

Share