Categories: ଜାତୀୟ

ଜର୍ନାଲିଷ୍ଟଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଗାଳି ଦେଉଥିବା ଭିଡିଓ ଭାଇରାଲ

ଲକ୍ଷ୍ନୌ, ୫ା୪- ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗଣମାଧ୍ୟମ ସଂସ୍ଥା ‘ଏଏନ୍‌ଆଇ’ କ୍ୟାମେରାମ୍ୟାନଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏ ସମ୍ପର୍କରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ୍‌ କରିଛନ୍ତି। ଖବରଦାତାଙ୍କୁ ମାନ୍ୟବର ଦେଇଥିବା ପ୍ରବଚନ ଶୁଣନ୍ତୁ। କିନ୍ତୁ ହେଡ୍‌ ଫୋନ ବ୍ୟବହାର କରନ୍ତୁ ଓ ଛୁଆଙ୍କ ଠାରୁ ଦୂରେଇ ରଖନ୍ତୁ ବୋଲି ଅଖିଳେଶ ଲେଖିଛନ୍ତି। ତେବେ ସେ ଭିଡିଓକୁ ଶେୟାର କରି ନାହାନ୍ତି।

ଏହି ଭିଡିଓକୁ ଫେକ୍‌ ବୋଲି ଦର୍ଶାଇଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ମିଡିଆ ଆଡ୍‌ଭାଇଜର। ଭିଡିଓକୁ ଏଡିଟ୍‌ କରାଯାଇଛି। ଭିଡିଓର ଅନ୍ତିମ ୩ ସେକେଣ୍ଡରେ ଫେକ୍‌ ଅଭିଓ ଇନସର୍ଟ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ମିଡିଆ ଆଡଭାଇଜର ଶାଲାଭ ମଣି ତ୍ରିପାଠୀ ଦାବି କରିଛନ୍ତି। ତେବେ ଏହି ଭିଡିଓକୁ ପ୍ରଥମେ ସୂର୍ଯ୍ୟ ପ୍ରତାପ ସିଂ ନାମକୁ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଶେୟାର କରିଥିଲେ। କ୍ୟାପଶନରେ ଲେଖିଥିଲେ, ଏହା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅସଲ ଚେହେରା। ସାଧୁଙ୍କ ବାଣୀ ଶୁଣନ୍ତୁ। ଆଉ ଏହି ଭିଡିଓକୁ ସୋମବାର ସକାଳେ କିଛି ସ୍ଥାନୀୟ ଗଣମାଧ୍ୟମ ଚ୍ୟାନେଲ ପ୍ରସାରଣ କରିଥିଲେ।

Share