ପୁଣେ, ୨୫ା୩: ପରାଜୟ ସହ ଦିନିକିଆ ସିରିଜ୍ ଆରମ୍ଭ କରିଥିବା ଇଂଲଣ୍ଡ ଦଳକୁ ଗୁରୁବାର ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଲାଗିଛି ଶକ୍ତ ଧକ୍କା। ସିରିଜ୍ର ଅନ୍ତିମ ଦୁଇ ଦିନିକିଆ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି ଭ୍ରମଣକାରୀ ଦଳର ଅଧିନାୟକ ଇଆନ ମୋର୍ଗାନ। ଆହତ ସମସ୍ୟା ଯୋଗୁ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ମ୍ୟାଚ୍ ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା। ଏମ୍ସିଏ ଷ୍ଟାଡିୟମରେ କିଛି ସମୟ ଡ୍ରିଲ କରିବା ପରେ ନିଜକୁ ଅନଫିଟ୍ ଘୋଷଣା କରିଛନ୍ତି ମୋର୍ଗାନ। ତାଙ୍କ ଭଳି ସାମ ବିଲିଙ୍ଗସ ମଧ୍ୟ ସିରିଜ୍ର ବଳକା ମ୍ୟାଚ୍ଗୁଡ଼ିକ ପାଇଁ ଉପଲବ୍ଧ ହେବେ ନାହିଁ।
ମୋର୍ଗାନଙ୍କ ଅନୁପସ୍ଥିତିରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଦଳର ନେତୃତ୍ୱ ନେବେ ଓ ଲିଆମ ଲିଭିଙ୍ଗଷ୍ଟୋନ ଦିନିକିଆ ପଦାର୍ପଣ କରିବେ ବୋଲି ଇସିବି ପକ୍ଷରୁ କୁହାଯାଇଛି।