କଟକ ଅଫିସ,୧୬।୩: ଏପ୍ରିଲ ୪ ତାରିଖରୁ ସକାଳୁଆ ହେବ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ। ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। କୋର୍ଟ କାର୍ଯ୍ୟ ଅଧ ଘଣ୍ଟା ଅର୍ଥାତ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିରତ ରହିବ। ଏହି ନିୟମ ଗ୍ରୀଷ୍ମ ଅବକାଶର ଶେଷ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଲାଗୁ ହେବ। କିନ୍ତୁ ପୁରୀ(ସଦର), ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର ଓ କୋରାପୁଟ (ସଦର) କୋର୍ଟ ପାଇଁ ଏହି ନିୟମ ଲାଗୁ ହେବନାହିଁ। ବୁଧବାର ଏନେଇ ସବୁ ଜିଲା ବିଚାରପତିମାନଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାର ଚିଠି ଲେଖି ଅବଗତ କରାଇଛନ୍ତି।