ଏପ୍ରିଲ ୮ରୁ ସକାଳୁଆ କୋର୍ଟ

କଟକ,୩୦ା୩(କାର୍ତ୍ତିକ ସାହୁ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନ୍ୟାୟପାଳିକା ପକ୍ଷରୁ ସକାଳୁଆ ଅଦାଲତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମଗ୍ର ରାଜ୍ୟରେ ଜିଲା ଓ ନିମ୍ନ ଅଦାଲତଗୁଡ଼ିକ ଏପ୍ରିଲ ୮ରୁ ସକାଳୁଆ କାର୍ଯ୍ୟ କରିବ। ସେହିଦିନଠାରୁ ପୂର୍ବାହ୍ନ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଦାଲତଗୁଡ଼ିକ କାର୍ଯ୍ୟ କରିବ। ଏଥିସହ ସକାଳ ୧୦ଟାରୁ ୧୦.୩୦ ପର୍ଯ୍ୟନ୍ତ ବିରତି ମିଳିବ। ଗ୍ରୀଷ୍ମ ଛୁଟି ହେବା ପର୍ଯ୍ୟନ୍ତ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଏବଂ ପୁରୀ ସଦର ଅଦାଲତ ବ୍ୟତୀତ ଅନ୍ୟ ସବୁ କୋର୍ଟରେ ସକାଳ ୭.୩୦ରୁ ୧୨. ୩୦ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟ ପରିଚାଳନା କରାଯିବା ନେଇ ହାଇକୋର୍ଟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

Share