ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୩୦ା୩(ଅସମାପିକା ସାହୁ): ରାଜ୍ୟରେ ଖରାର ପ୍ରକୋପ ବଢ଼ିଚାଲିଛି। ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଏପ୍ରିଲ ୨ରୁ ସ୍କୁଲଗୁଡ଼ିକୁ ସକାଳୁଆ ହେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ସକାଳୁଆ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ କ୍ଲାସ ହେବ।

ଚଳିତ ବର୍ଷ ପ୍ରଥମଥର ପାଇଁ ଓଡ଼ିଶାରେ ୪୦ ଡିଗ୍ରୀ ଅତିକ୍ରମ କରିଛି ତାତି। ଶନିବାର ମାଲକାନଗିରିରେ ସର୍ବାଧିକ ୪୧ ଡିଗ୍ରୀ ପାରଦ ଛୁଇଁଛି। ସେହିଭଳି ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୦.୫ ଡ଼ିଗ୍ରୀ , ବଲାଙ୍ଗୀରରେ ୪୦.୨ ଡିଗ୍ରୀ ଏବଂ ନୟାଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Share