ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସକାଳୁଆ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ। ସ୍ଥଳବିଶେଷରେ ଜିଲାପାଳମାନେ ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିପାରିବେ।
ସ୍କୁଲରେ ଖରା ଦିନ ପାଇଁ ପଦକ୍ଷେପ ନିଆଯିବ। ପାଣି ବ୍ୟବସ୍ଥା, ଓଆର୍ଏସ୍ର ବ୍ୟବସ୍ଥା କରାଯିବ। ସେହିପରି ତାପମାତ୍ରା ପଢ଼ିଲେ ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ।