ଏହି ସବୁ ଜିଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୭।୬: ଖରାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ଜିଲାପାଳ ନେବେ। ତେବେ ଅନେକ ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୧୮ ତାରିଖରେ ସ୍କୁଲ ଖୋଲୁଥିବା ବେଳେ କେତେକ ଜିଲାରେ ସ୍କୁଲ ବନ୍ଦ ରଖିବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତାକାଲି ଦେବଗଡ଼, କଳାହାଣ୍ଡି, କେନ୍ଦୁଝର, ନବରଙ୍ଗପୁର, ଜଗତ୍‌ସିଂହପୁର, ଅନୁଗୋଳ, ଖୋର୍ଦ୍ଧା ଓ ପୁରୀରେ ସକାଳୁଆ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ପିଲାମାନେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ସ୍କୁଲରେ ରହିବେ। ବାଲେଶ୍ୱରରେ କାଲି ଗୋଟିଏ ଦିନ ସ୍କୁଲ ବନ୍ଦ ରହିବ ଏବଂ ୧୯ ତାରିଖରୁ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ସ୍କୁଲ ଖୋଲା ରହିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Share