ପଶ୍ଚିମ ଓଡିଶାରେ ସକାଳୁଆ ସ୍କୁଲ

ଭୁବନେଶ୍ୱର,୨୦।୬: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପଶ୍ଚିମ ଓଡିଶାରେ ସକାଳୁଆ ସ୍କୁଲ ହେବ। ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀର ଜିଲାରେ ୨୨ରେ ସ୍କୁଲ ଖୋଲିବ। ମାତ୍ର ୨୪ତାରିଖ ଯାଏଁ ସକାଳୁଆ ସ୍କୁଲ ହେବ। ସୁବର୍ଣ୍ଣପୁର, ସୁନ୍ଦରଗଡ ଓ ନୂଆପଡାରେ ୨୩ରେ ସ୍କୁଲ ଫିଟିବ ଏବଂ ୨୪ତାରିଖ ଯାଏଁ ସକାଳୁଆ ହେବ। ଏଠାରେ ସକାଳ ୬ଟାରୁ ସାଢେ ୯ଟା ଯାଏ ସ୍କୁଲ ଚାଲିବ। ତେବେ ପଶ୍ଚିମ ଓଡିଶାରେ ୨୬ତାରିଖ ଠାରୁ ନିୟମିତ ସମୟନୁସାରେ ସ୍କୁଲ ଚାଲିବ।

Share