ମୋର୍‌କ୍କୋ ଭୂକମ୍ପ ମୃତ୍ୟୁସଂଖ୍ୟା ୬୦୦ ଟପିଲା

ରବାଟ୍‌,୯ା୯: ମୋର୍‌କ୍କୋରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୬୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି, ରିକ୍ଟର ସ୍କେଲ୍‌ରେ ଏହି ଭୂକମ୍ପର ତୀବ୍ରତା ୬.୮ ରହିଥିଲା।

ପ୍ରବଳ ଭୂକମ୍ପ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଯାଇଥିଲେ। ଏହି ଭୂକମ୍ପରେ ଐତିହାସିକ ଅଟ୍ଟାଳିକାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ବିଦ୍ୟୁତ୍‌କାଟ ମଧ୍ୟ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି, ଏହି ଭୂକମ୍ପ ଶୁକ୍ରବାର ରାତି ୧୧.୧୧ ମିନିଟ୍‌ରେ ହୋଇଥିଲା।

Share