କ୍ଷମା ମାଗିଲେ ମୋରିସନ୍‌

କାନ୍‌ବେରା, ୮ା୨:  ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କୁ ବଳାତ୍କାର ମାମଲାରେ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଙ୍ଗଳବାର ତାଙ୍କୁ କ୍ଷମା ମାଗିଛନ୍ତି। ପାର୍ଲାମେଣ୍ଟର ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଫିସ୍‌ର ଜଣେ କର୍ମଚାରୀ ୨୦୧୯ରେ ବ୍ରଟାନି ହିଗିନ୍ସଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମୋରିସନ୍‌ଙ୍କ ସରକାର ଘୋର ସମାଲୋଚନାର ଶିକାର ହୋଇଥିଲା। ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା। ପାର୍ଲାମେଣ୍ଟରେ ବିଭିନ୍ନ ଡିପାର୍ଟମେଣ୍ଟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୩୭ ପ୍ରତିଶତ ଯୌନ ନିର୍ଯାତନାର ଶିକାର ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହା ପରେ ମୋରିସନ୍‌ ହିଗିନ୍ସଙ୍କ ଉପସ୍ଥିତିରେ ତାଙ୍କୁ କ୍ଷମା ମାଗିଛନ୍ତି।

Share