Categories: ଜାତୀୟ

ବେଙ୍ଗାଲୁରୁରେ ପହଞ୍ଚିଲା ନବୀନଙ୍କ ମୃତ ଶରୀର

ବେଙ୍ଗାଲୁରୁ,୨୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୫ ଦିନ ପୂରଣ ହୋଇ ସାରିଛି । ଏହାରି ଭିତରେ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ଦେଶର ହଜାର ହଜାର ସେନା ଶହୀଦ ହୋଇ ସାରିଲେଣି ।
ମାର୍ଚ୍ଚ ୧ରେ ୟୁକ୍ରେନର ଖାର୍କିବ ସହରରେ ରୁଷିଆ ସେନାର ଗୁଳିମାଡରେ ନିହତ ହୋଇଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୋଦରଙ୍କ ପାର୍ଥିବ ଶରୀର ବେଙ୍ଗାଲୁର ପହଞ୍ଚିଛି । ସେଠାରେ ତାଙ୍କୁ କର୍ନାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମଇ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ବି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁର୍ଭାଗ୍ୟପୂର୍ଣ୍ଣ ଯେ ଆମେ ୟୁକ୍ରେନ୍ ରୁଷିଆ ଯୁଦ୍ଧରେ କର୍ନାଟକର ଏମବିବିଏସ୍ ଛାତ୍ର ନବୀନଙ୍କୁ ହରାଇଛେ । ହେଲେ ତାଙ୍କ ପାର୍ଥୀବ ଶରୀରକୁ ସ୍ୱଦେଶ ଫେରାଇ ଆଣିବାରେ କେନ୍ଦ୍ର ସରକାରଙ୍କର ସହଯୋଗକୁ ସେ ଧନ୍ୟବାଦ ଦେଇଛନ୍ତି । ସୂଚନାଯୋଗ୍ୟ, ମାର୍ଚ୍ଚ ୧ରେ ଘରକୁ ଫେରିବାକୁ ଯାଉଥିବା ନବୀନ ୟୁକ୍ରେନ୍‌-ରୁଷିଆ ଯୁଦ୍ଧରେ ଆହତ ହୋଇଥିଲେ ଆଉ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

Share