Categories: ଜାତୀୟ

କରୋନା ଯୋଗୁ ମିଳିଲାନି ଗନ୍‌ କ୍ୟାରେଜ, ଭ୍ୟାନରେ ଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛିଦିନର ଅସୁସ୍ଥତା ପରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍‌ ସର୍ଜରୀ ସହ କରୋନାରେ ଆକ୍ରାନ୍ତ ଥିବା ମୁଖାର୍ଜୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। ମଙ୍ଗଳବାର ଦିଲ୍ଲୀର ଲୋଧିରୋଡ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏଥିରେ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସମସ୍ତ କାର୍ଯ୍ୟ ନିର୍ବାହ କରିଛନ୍ତି। ତେବେ ରାଷ୍ଟ୍ରପତି ପଦ ସହ ଭାରତ ରତ୍ନ ଉପାଧିରେ ସମ୍ମାନୀତ ହୋଇଥିବା ମୁଖାର୍ଜୀଙ୍କୁ ନିୟମ ଅନୁଯାୟୀ ସ୍ବତନ୍ତ୍ର ସମ୍ମାନ ସହ ଗନ୍‌ କ୍ୟାରେଜରେ ନିଆଯିବା କଥା। ହେଲେ କରୋନା ଯୋଗୁ ତାଙ୍କୁ ଭ୍ୟାନରେ ନିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ପାର୍ଥିବ ଶରୀରକୁ ଗନ୍‌ କ୍ୟାରେଜରେ ନିଆଯାଇଥାଏ। ଯାହା ଅରୁଣ ଜେଟଲୀଙ୍କ ସମୟରେ ଦେଖିବାକୁ ମିଳିଥିଲା। କାରଣ ମୋଦି ସରକାରଙ୍କ ପ୍ରଥମ ପାଳିରେ ଜେଟଲୀ ପ୍ରତିରକ୍ଷା ବିଭାଗ ସମ୍ଭାଳିଥିଲେ।

Share