Categories: ବାଣିଜ୍ୟ

ଷ୍ଟାର୍ଟଅପ୍‌କୁ ମିଳିବ ବନ୍ଧକମୁକ୍ତ ଋଣ

ନୂଆଦିଲ୍ଲୀ,୯।୧୦: ସରକାର ଷ୍ଟାର୍ଟଅପ୍‌ କ୍ଷେତ୍ରକୁ ବଢ଼ାଇବା ସହ ଏଥିପ୍ରତି ସବୁ ବର୍ଗଙ୍କୁ ଆକୃଷ୍ଟ କରାଇବା ଲାଗି ବିଭିନ୍ନ ସୁବିଧା ପ୍ରଣୟନ କରିଛନ୍ତି। ବିଶେଷକରି ଦେଶରେ ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କୁ ଯେଭଳି ସହଜରେ ଋଣ ମିଳିପାରିବ ସେ ନେଇ ମଧ୍ୟ ସରକାର ଅନେକ ବ୍ୟବସ୍ଥା କରୁଛନ୍ତି। ଏପରିକି ବିନା କୌଣସି ବନ୍ଧକରେ ସେମାନଙ୍କୁ ଋଣ ଯୋଗାଇଦେବା ଲାଗି ମଧ୍ୟ ସରକାର ସେମାନଙ୍କୁ କ୍ରେଡିଟ୍‌ ଗ୍ୟାରେଣ୍ଟି ସ୍କିମ୍‌ ପରିସରଭୁକ୍ତ କରିଛନ୍ତି। ସେହିଭଳି ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ବା ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ମଧ୍ୟ ବିଜ୍ଞପ୍ତି ଜାରି କରାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତି ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କୁ ବିଶେଷ ସହାୟକ ହେବ ବୋଲି କୁହାଯାଉଛି। ଗୋଟିଏ ସଂସ୍ଥାକୁ ସର୍ବାଧିକ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ସୁବିଧା ପ୍ରଦାନ କରାଯାଇପାରିବ ବୋଲି ଜଣାପଡିଛି।

Share