Categories: ଜାତୀୟ

ଆର୍ଥିକ ବର୍ଷ ୨୩-୨୪ରେ ୧୨,୩୪୯ କିମି ରାଜପଥ ନିର୍ମାଣ କରିଛି ସଡ଼କ ପରିବହନ ବିଭାଗ

ନୂଆଦିଲ୍ଲୀ,୯।୩: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରାଳାୟ ଆର୍ଥିକ ବର୍ଷ ୨୦୨୩-୨୪ରେ ୧୨,୩୪୯ କିଲୋ ମିଟର ରାଜପଥ ନିର୍ମାଣ କରିଛି। ଯାହା ଗୋଟିଏ ବର୍ଷରେ ଦ୍ୱିତୀୟ ସର୍ବାଧିକ ଅଟେ। ପୂର୍ବରୁ ୨୦୨୦-୨୧ ରେ ଗୋଟିଏ ବର୍ଷରେ ମନ୍ତ୍ରାଳୟ ରେକର୍ଡ ୧୩,୩୨୭ କିମି ରାସ୍ତା ନିର୍ମାଣ କରିଥିଲା।

ସେହିଭଳି ୨୦୨୨-୨୩ ରେ ୧୦,୩୩୧ କିଲୋମିଟର ଜାତୀୟ ରାଜପଥ ୨୦୨୧-୨୨ ରେ ୧୦,୪୫୭ କିଲୋମିଟର ନିର୍ମାଣ କରାଯାଇଥିଲା। ୨୦୧୯-୨୦ ରେ ୧୦,୨୩୭ କିଲୋମିଟର ରାଜପଥ ନିର୍ମାଣ କରାଯାଇଥିଲା।

ବିଭାଗର ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୩-୨୪ ମସିହାରେ ମନ୍ତ୍ରଣାଳୟ ୮,୫୮୧ ଜାତୀୟ ରାଜପଥ ପ୍ରକଳ୍ପ ପ୍ରଦାନ କରିଛି।

ତେବେ ରାଜପଥରେ ହେଉଥିବା ଦୁର୍ଘଟଣାରେ ପିଡୀତଙ୍କୁ ସାହାଯ୍ୟ କରିବା ପାଇଁ ଏକ କ୍ୟାସଲେସ ପାଇଲଟ ପ୍ରୋଜେକ୍ଟ ଆରମ୍ଭକରିଛନ୍ତି। ଯାହା ମାଧ୍ୟମରେ ପୀଡିତଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

Share