ଆମେରିକୀୟ ଡ୍ରୋନର କ୍ରିମିଆ ଦ୍ୱୀପରେ ଅନୁପ୍ରବେଶ, ପ୍ରତିରୋଧ କଲା ଋଷିଆ

ମସ୍କୋ,୨୯।୮: କ୍ରିମିଆ ସୀମାରେ ଅନୁପ୍ରେବଶ କରୁଥିବା ଦୁଇଟି ଆମେରିକୀୟ ଡ୍ରୋନକୁ ବାଧା ଦେଇଛି ଋଷିଆ। ଉଭୟ ଡ୍ରୋନ ଋଷିଆର ସୀମା ଆଡକୁ ଯାଉଥିଲେ। ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଏନେଇ ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଉଭୟ ଡ୍ରୋନ ସୀମାରେ ଅନୁପ୍ରେବଶ କରି ଋଷିଆର ଏୟାର ସ୍ପେସ ଉପରେ ନଜର ରଖୁଥିଲେ। ଏହା ପରେ ସେମାନଙ୍କୁ ପ୍ରତିରୋଧ କରିବା ପାଇଁ ଦୁଇଟି ଯୁଦ୍ଧ ବିମାନ ନିୟୋଜିତ କରାଯାଇଥିଲା। ତେବେ ଯୁଦ୍ଧ ବିମାନକୁ ଦେଖି ଉଭୟ ଡ୍ରୋନ ସେମାନଙ୍କ ଗତିପଥ ବଦଳାଇ ଥିଲେ।

ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଗ୍ଲୋବାଲ ହକ ଏବଂ ରେପର୍‌ ଡ୍ରୋନ କୃଷ୍ଣ ସାଗର ନିକଟ କ୍ରିମିଆ ଦ୍ୱୀପପୁଞ୍ଜରେ ନିୟୋଜିତ କରାଯାଉଛି। ଶତ୍ରୁ ଡ୍ରୋନକୁ ଯେପରି ପ୍ରତିରୋଧ କରାଯାଇପାରିବ ଏନେଇ କଡା ନଜର ରଖାଯାଉଛି।

Share