ବର୍ଷାପାଣି ପଚି ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି

ପଟ୍ଟାମୁଣ୍ଡାଇ,୧୨ା୭ (କଳ୍ପତରୁ ନାୟକ): ବର୍ଷାଋତୁ ଚାଲିଥିବା ବେଳେ ଅଧିକାଂଶ ଅଞ୍ଚଳରେ ଥଣ୍ଡାଜ୍ୱର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସ୍ଥାନେ ସ୍ଥାନେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ମଧ୍ୟ ହେଉଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ନେଇ ସବୁ ଜିଲାପାଳ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଲୋକମାନେ ନିଜେ ସଚେତନ ହେବା ସହ ସତର୍କ ରହିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି। କିନ୍ତୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଅଧିକାଂଶ ଡ୍ରେନ୍‌ ଅଳିଆ, ଆବର୍ଜନାରେ ଭର୍ତ୍ତି ହୋଇରହିଛି। ବହୁ ସ୍ଥାନରେ ଡ୍ରେନ୍‌ ପାଚେରି ଭାଙ୍ଗି ଯାଇଛି। ଭଗ୍ନ ଅବସ୍ଥାରେ ଥିବା ଡ୍ରେନ୍‌ଗୁଡ଼ିକୁ ମରାମତି ଓ ସଫା କରାଯାଉ ନ ଥିବାରୁ ମାସ ମାସ ଧରି ପଚା ପାଣି ଜମି ରହିଛି। ଫଳରେ ମଶା ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୌରପରିଷଦ ପକ୍ଷରୁ ମଶା ଧୂଆଁ ଛଡା ଯାଉ ନ ଥିବା ବେଳେ ଡ୍ରେନ୍‌, ନାଳରେ ମଶା ତେଲ ସିଞ୍ଚନ ହେଉନାହିଁ। ଦିନରାତି ସବୁ ସମୟରେ ଘରେ କିମ୍ବା ବାହାରେ ମଶାଙ୍କ ଉତ୍ପାତ କଲବଲ କରୁଛି। ତେଣୁ ଆଗକୁ ମ୍ୟାଲେରିଆ ଓ ଡେଙ୍ଗୁ ବ୍ୟାପିବ ବୋଲି ଅଞ୍ଚଳବାସୀଙ୍କ ଆଶଙ୍କା ବଢ଼ିବାରେ ଲାଗିଛି।
ବୁଦ୍ଧିଜୀବୀ ଉପେନ୍ଦ୍ର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରପରିଷଦ ସହରର ପ୍ରମୁଖ ଅଞ୍ଚଳର ରାସ୍ତାକୁ ଚକାଚକ୍‌ କରିବାରେ ଲାଗିଥିବା ବେଳେ ବସ୍ତି ଭିତରେ ଘର ନିକଟରେ ପାଣି ଏବଂ ଅଳିଆ ଆବର୍ଜନା ଜମି ରହୁଥିବାରୁ ସେଠାରେ ମାଛି, ମଶା ଉଡ଼ି ବୁଲୁଛନ୍ତି। ଯେଉଁଥିପାଇଁ ଡେଙ୍ଗୁ ରୋଗର ଆଶଙ୍କା ବଢ଼ିବାରେ ଲାଗିଛି। ବସବାସ କରୁଥିବା ଲୋକେ ମଧ୍ୟ ନିଜ ଅଞ୍ଚଳକୁ ସଫାସୁତରା କରିବା ପାଇଁ ଚେଷ୍ଟା କରୁନାହାନ୍ତି। ପୌରପରିଷଦ ପକ୍ଷରୁ ମଶା ଧୂଆଁ ଦିଆଯାଉନାହିଁ। ଅଧିକାଂଶ ଡ୍ରେନ୍‌, ନାଳରେ କେମିକାଲ ସିଞ୍ଚନ ହେଉନାହିଁ। ସହରର ପ୍ରମୁଖ ଡ୍ରେନ୍‌ଠାରୁ ଆରମ୍ଭ କରି ଛୋଟ ଡ୍ରେନ୍‌ରେ ଆବର୍ଜନା ଭର୍ତ୍ତି ହୋଇପଡ଼ିଛି। କେବଳ ଯେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ତାହା ନୁହେଁ, ଡେଙ୍ଗୁ ହେବାର ମଧ୍ୟ ସମ୍ଭାବନା ରହିଛି। ସାମାଜିକ କର୍ମୀ ମେରୁଲା ସେକ୍‌ କହିଛନ୍ତି, କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବର୍ଷା ହେଉଥିବାରୁ ବିଭିନ୍ନ ବସ୍ତି ଅଞ୍ଚଳରେ ପାଣି ଜମି ପଚି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ପୌର କର୍ତ୍ତୃପକ୍ଷ ପାଣିନାଳ ସଫା କି ମରାମତି କରି ନ ଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଚାରି ଆଡେ ଜମି ରହିଛି। ଫଳରେ ମଶାମାଛି କାୟା ବିସ୍ତାର କରିବାରେ ଲଗିଛନ୍ତି। ଦିନରେ ଘର ଭିତରେ ମଶା କାମୁଡ଼ିବା ସହ ସନ୍ଧ୍ୟା ହେଲେ ଘରୁ ବାହାରି ହେଉନାହିଁ। ପୌର ପରିଷଦ ଯଦି ଏହାର ପ୍ରତିକାର ନ କରେ ତେବେ ଭୁବନେଶ୍ୱର, କଟକ ଭଳି ଏଠାରେ ଡେଙ୍ଗୁ ବ୍ୟାପିଯିବା ଆଶଙ୍କା ପ୍ରକାଶ ପାଇଛି। ଡେଙ୍ଗୁ ରୋଗର ବାହକ ଏଡିଶ୍‌ ମଶା। ବିଶେଷକରି ବର୍ଷାଦିନେ ଏହି ମଶା ଅଧିକ ମାତ୍ରାରେ ବଂଶ ବିସ୍ତାର କରିଥାନ୍ତି। ବର୍ଷା ଯୋଗୁ ଜମି ରହୁଥିବା ଆବର୍ଜନା ପାଣିରେ ଏହି ମଶାର ଲାର୍ଭା ଉତ୍ପତ୍ତି ହୁଏ। ଏବେ ବର୍ଷା ହେଉଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ଆବର୍ଜନା ପାଣି ଜମି ରହୁଛିି। ଫଳରେ ମଶା ବଂଶ ବୃଦ୍ଧି ଘଟୁଛି। ଅନ୍ୟପକ୍ଷରେ ଡେଙ୍ଗୁକୁ ରୋକିବା ପାଇଁ ପୌର ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି ବୋଲି ଅଭିଯୋଗ ହେଉଛି। ସହରର ପରିମଳ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ। ବିଭିନ୍ନ ନାଳରେ ଏଡିଶ ମଶା ମାରିବା ନିମନ୍ତେ ଉଦ୍ଦିଷ୍ଟ ତେଲ ପକାଯାଉନି କି ମଶା ଧୂଆଁ ଦିଆଯାଉନି। ବର୍ଷା ଥମିଲେ ଆପେ ଆପେ ଡେଙ୍ଗୁ ଡର ଦୂରେଇ ଯିବ ବୋଲି ଭାବି ପୌର ଅଧିକାରୀମାନେ ଚୁପ ହୋଇ ବସିଛନ୍ତି। ଏ ଦିଗରେ ପୌର କର୍ତ୍ତୃପକ୍ଷ ଅବିଳମ୍ବେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଡେଙ୍ଗୁ ଭଳି ମହାମାରୀ ବ୍ୟାପିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ପଚାରିବାରେ ପୌରାଞ୍ଚଳର ଅନେକ ଅଞ୍ଚଳରେ ପାଣି ନିଷ୍କାସନ ସମସ୍ୟା ଦୃଷ୍ଟିକୁ ଆସିଛି। ଏ ଦିଗରେ ପୌର ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri