ମଶା ମାରିବେ ମଶାଙ୍କୁ, ଶହେ କୋଟି ମଶା ଛାଡ଼ିଲା ଆମେରିକା…

ଓ୍ବାଶିଂଟନ, ୩।୪ : କଥାରେ ଅଛି ଲୁହା ଲୁହାକୁ କାଟେ। ଏହି ମର୍ମରେ ଏବେ ଆମେରିକା ମଶାଙ୍କୁ ମାରିବା ପାଇଁ ମଶା ଛାଡ଼ିଛି। ବିଗତ କିଛି ବର୍ଷ ମଧ୍ୟରେ ଆମେରିକାରେ ମଶା ଜନିତ ରୋଗ ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ଏହାର ମୁକାବିଲା ଲାଗି ଆମେରିକା ଶହେ କୋଟି ମଶା ଛାଡିଛି। ଏହି ମଶାମାନେ ମାଈ ମଶାକୁ ମାରିଦେବେ। ଫଳରେ ଆଉ ନୂଆ ମଶା ବଂଶ ସୃଷ୍ଟି ହୋଇ ପାରିବେ ନାହିଁ।

ଆମେରିକା ପରିବେଶ ସୁରକ୍ଷା ଏଜେନ୍ସି (ଓପିଏ) ପକ୍ଷରୁ ଫ୍ଲୋରିଡା, ଟେକ୍ସାସ ଏବଂ କାଲିଫର୍ନିଆରେ ଏହି ଜେନେଟିକ ରୂପାନ୍ତରିତ ମଶାଙ୍କୁ ଛଡ଼ାଯାଇଛି। ଏହି ମଶାମାନେ ମାଈ ମଶା ସହିତ ମିଳନ କରିବା ପରେ ସେମାନେ ମରିଯିବେ। ଫଳରେ ଆଉ ନୂଆ ମଶା ସୃଷ୍ଟି ହୋଇ ପାରିବେ ନାହିଁ। ଏହି ପ୍ରୋଜେକ୍ଟକୁ ଓଏକ୍ସ୍‌-୫୦୩୪ ଜିଏମ୍‌ ଭାବେ ନାମିତ କରାଯାଇଛି।
ଏହି ଜ୍ଞାନକୌଶଳ ବ୍ରାଜିଲ୍‌, ପାନାମା ଏବଂ ଭାରତରେ ମଧ୍ୟ ପ୍ରୟୋଗ କରାଯାଇ ପାରିବ ବୋଲି କୁହାଯାଉଛି।

Share