ବଡ଼ ପ୍ଲାନିଂ କରି ହେଜ୍‌ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍‌ କମ୍ପାନୀ

ଜେରୁଜେଲମ୍‌,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍ ବିସ୍ଫୋରଣରେ ୧୨ ହେଜ୍‌ବୋଲ୍ଲା ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ପ୍ରାୟ ୪୦୦୦ ଲୋକ ଆହତ ହୋଇଥିଲେ। ଏହାପରେ ବୁଧବାର ୱାକି-ଟକି ଏବଂ ସୋଲାର ପ୍ୟାନେଲ ବିସ୍ଫୋରଣରେ ଆଉ ୨୫ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଶହ ଶହ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ହେଜ୍‌ବୋଲ୍ଲା ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୁସାଦ ଦାୟୀ କରିଛି।

ରିପୋର୍ଟ ଅନୁଯାୟୀ ଲେବାନନ୍‌ରେ ସିରିଜ ବିସ୍ଫୋରଣର କାରଣ ସାଜିଥିବା ପେଜରଗୁଡ଼ିକର ନିର୍ମାତା ହେଉଛି ଇସ୍ରାଏଲ୍‌ର ଏକ ଶେଲ୍‌ କମ୍ପାନୀ। ଉକ୍ତ କମ୍ପାନୀ ନିୟମିତ ଭାବେ ଅନ୍ୟ କ୍ଲାଏଣ୍ଟଙ୍କ ପାଇଁ ପେଜର ନିର୍ମାଣ କରି ନ ଥାଏ। ତେବେ ହେଜ୍‌ବୋଲ୍ଲା ପାଇଁ ତିଆରି କରିଥିବା ପେଜରଗୁଡ଼ିକର ବ୍ୟାଟେରିରେ କମ୍ପାନୀ ବିସ୍ଫୋରକ ଖଞ୍ଜିଥିଲା ବୋଲି ୩ ଜଣ ଗୋଇନ୍ଦା ଅଧିକାରୀଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହି ୩ ଅଧିକାରୀ ଆହୁରି କହିଛନ୍ତି, ପେଜର ତିଆରିରେ ନିୟୋଜିତ ବ୍ୟକ୍ତି ଓ ସଂସ୍ଥାର ପରିଚୟ ଗୋପନ ରଖିବା ଉଦ୍ଦେଶ୍ୟରେ ଅତିରିକ୍ତ ୨ଟି ଶେଲ୍‌ କମ୍ପାନୀ ଗଢ଼ାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୨ରେ ପ୍ରଥମେ ଅଳ୍ପ ପରିମାଣର ବିସ୍ଫୋରକଯୁକ୍ତ ପେଜର ଲେବାନନ୍‌କୁ ପଠାଯାଇଥିଲା।

ହେଜ୍‌ବୋଲ୍ଲା ସେକ୍ରେଟାରି ଜେନେରାଲ ହାସନ ନସରଲ୍ଲା ସେଲ୍‌ଫୋନ୍‌କୁ ଇସ୍ରାଏଲୀ ଏଜେଣ୍ଟ ଆଖ୍ୟା ଦେଇ ଏହାର ବ୍ୟବହାର ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ପେଜର ବ୍ୟବହାର କରିବାକୁ କହିଥିଲେ। ନସରଲ୍ଲାଙ୍କ ସମ୍ବୋଧନ ପରେ ଲେବାନନ୍‌ର ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ବିଏସି ନିର୍ମିତ ପେଜର ମଗାଇବା ପାଇଁ ବହୁସଂଖ୍ୟାରେ ଅର୍ଡର କରାଯାଇଥିଲା। ନସରଲ୍ଲା ହେଜ୍‌ବୋଲ୍ଲା ଅଧିକାରୀମାନଙ୍କୁ ସେଲ୍‌ଫୋନ ପରିବର୍ତ୍ତେ ପେଜର ଧରି ସାଙ୍ଗଠନିକ ବୈଠକ କରିବାକୁ ପରାମର୍ଶ ଦେଇଥିଲେ। ଏପରି କି ହେଜ୍‌ବୋଲ୍ଲାର ଗତିବିଧି ଓ ଯୋଜନା ସମ୍ପର୍କରେ କୌଣସି ସେଲ୍‌ ଫୋନ୍‌ରେ ନିଜର କୌଣସି ସହଯୋଗୀ କିମ୍ବା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ ନ କରାଇବା ପାଇଁ ସେ କହୁଥିଲେ।

ହେଜ୍‌ବୋଲ୍ଲା ପେଜରକୁ ଏକ ଆମତ୍ରକ୍ଷାମୂଳକ ଉପକରଣ ଭାବେ ବ୍ୟବହାର କରୁଥିଲା। କିନ୍ତୁ ଇସ୍ରାଏଲୀ ଇଣ୍ଟେଲିଜେନ୍ସ ଏହାକୁ ‘ବଟନ୍ସ’ ରୂପେ ବର୍ଗୀକୃତ କରିଥିଲା, ଯାହାକୁ ରଣନୈତିକ ସ୍ଥିତିରେ ଆକ୍ଟିଭେଟ୍‌ କରିହେବ। ପେଜରଗୁଡ଼ିକୁ ବିପ୍‌ ପାଇଁ ସେଟ୍‌ କରାଯାଇଥିଲା। ବିପ୍‌ କରିବା ପରେ ସେଗୁଡ଼ିକୁ ଧରିଥିବା ଲୋକେ ହେଜ୍‌ବୋଲ୍ଲା ଅଧିକାରୀମାନଙ୍କଠାରୁ କ’ଣ ମେସେଜ୍‌ ଆସିଛି ବୋଲି ଯାଞ୍ଚ କରିଥିଲେ। ଏହାର କିଛି ସେକେଣ୍ଡ ଭିତରେ ପେଜରଗୁଡ଼ିକରେ ବିସ୍ଫୋରଣ ଘଟି ଲେବାନନ୍‌ ସାରା ଆତଙ୍କ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

ହିଜବୁଲ୍ଲା ମୁଖ୍ୟଙ୍କ ଭାଷଣ ଶେଷ ହେଉ ହେଉ ବୋମା ବର୍ଷା କଲା ଇସ୍ରାଏଲ, ଆଇଡିଏଫ କହିଲା…

ଜେରୁଜେଲମ,୧୯।୯: ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ଦୁଇଟି ବଡ଼ ଆକ୍ରମଣ କରିଥିଲା। ପ୍ରଥମେ ମଙ୍ଗଳବାରରେ ଏକ ପେଜର୍‌ ବିସ୍ଫୋରଣ ହୋଇଥିଲା ଏବଂ...

କାହିଁକି ଅବସର ବୟସ ସୀମା ବଢାଇଲା ଚାଇନା, କରଜ ଦେଉଥିବା ଡ୍ରାଗନ ପାଖରେ ନାହିଁ…

ବେଜିଂ,୧୯।୯: ଚାଇନାରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ଏବଂ କର୍ମଚାରୀଙ୍କ ବୟସ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ବାଂଲାଦେଶ ହିଂସାରେ ସଂଖ୍ୟାଲଘୁଙ୍କ ମୃତ୍ୟୁକୁ ନେଇ ଆସିଲା ଚମକାଇବା ଭଳି ତଥ୍ୟ

ଢାକା,୧୯।୯: ବାଂଲାଦେଶ ହିଂସାରେ କେତେ ସଂଖ୍ୟାଲଘୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ କେତେଜଣ ଆହତ ହୋଇଛନ୍ତି ସେନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ନୋକୁ ଆସିଛି। ଗୁରୁବାର...

ଇସ୍ରାଏଲ ଚିର ଶତ୍ରୁ ହିଜବୁଲ୍ଲା: ଅନେକ ମୁସଲମାନ ଦେଶକୁ ପାଣି ପିଆଇସାରିଛି, ଜାଣନ୍ତୁ ହିଜବୁଲାର ପୁରା କାହାଣୀ

ନୂଆଦିଲ୍ଲୀ,୧୯।୯: ଗାଜାରେ ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରିବାକୁ ବସିଥିବା ବେଳେ ଏହି ଯୁଦ୍ଧ ଏବେ ଇସ୍ରାଏଲ ଏବଂ ହମାସରୁ ଯାଇ ହିଜବୁଲ୍ଲା...

ଚାଞ୍ଚଲ୍ୟକର ଖୁଲାସା କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: ୩୭୦କୁ ନେଇ ପାକିସ୍ତାନ ସହ ଅଛି ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ

ଇସଲାମାବାଦ୍‌,୧୯।୯: ଜମ୍ମୁ କଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନ ଉପରେ ପାକିସ୍ତାନ ନଜର ରଖିଛି। ଧାରା ୩୭୦ ଏବଂ ୩୫ଏ ପୁଣି ଥରେ କଶ୍ମୀରରେ ପୁନଃକାର୍ଯ୍ୟକାରୀ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri