କେରଳରେ ସର୍ବାଧିକ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୫।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୩୮,୬୮୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କର୍ନାଟକରେ ୧୪,୯୫୦ , ମହାରାଷ୍ଟ୍ରରେ ୧୩,୮୪୦, ତାମିଲନାଡୁରେ ୯,୯୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗୁଜୁରାଟରେ ୬,୦୯୭, ରାଜସ୍ଥାନରେ ୫,୯୩୭ ଏବଂ ଆନ୍ଧ୍ରପ୍ରଦେଶରେ ୪,୧୯୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

କେରଳରେ ସର୍ବାଧିକ ୩,୭୮,୫୬୪ ସକ୍ରିୟ ମାମଲା ରହିଛି। ସେହିପରି ତାମିଲନାଡୁରେ ୧,୭୭,୯୯୯, କର୍ନାଟକରେ ୧,୭୭,୨୭୬, ମହାରାଷ୍ଟ୍ରରେ ୧,୭୭,୧୩୧, ଆନ୍ଧ୍ରପ୍ରଦେଶରେ ୧,୦୦,୬୨୨, ଗୁଜରାଟରେ ୬୯,୧୮୭ ଏବଂ ରାଜସ୍ଥାନରେ ୫୮,୬୦୩ ସକ୍ରିୟ ମାମଲା ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

Share