ବଲିଉଡ୍‌ର ସବୁଠୁ ସୁନ୍ଦରୀ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀମାନଙ୍କ କଥା ଯଦି ଆସେ, ତେବେ ୫୦ ଦଶକର ସୁପରହିଟ୍‌ ବଲିଉଡ୍‌ ଅଭିନେତ୍ରୀ ମଧୁବାଲାଙ୍କ ନାମ ନିଶ୍ଚିତ ଆଗେ ଆସିବ। ମଧୁବାଲାଙ୍କ ଅସାମାନ୍ୟ ସୌନ୍ଦର୍ଯ୍ୟ ଆଗରେ ସବୁକିଛି ଫିକା ପଡ଼ିଯାଉଥିଲା। ଏହି ସୁନ୍ଦର ଅଭିନେତ୍ରୀଙ୍କ ଦ୍ୱାରା ଅଭିନୟ କରିଥିବା ପ୍ରତ୍ୟେକ ଚରିତ୍ର ଆଜି ମଧ୍ୟ ସ୍ମରଣୀୟ। ମଧୁବାଲାଙ୍କୁ ‘ଟ୍ରାଜେଡି କୁଇନ୍‌’ ନାମରେ ମଧ୍ୟ ନାମିତ କରାଯାଇଥିଲା। କାରଣ ଅନେକ ଫିଲ୍ମ ଶେଷରେ ତାଙ୍କର ମୃତ୍ୟୁ ଘଟୁଥିଲା। ଏହି ସମୟରେ, ମଧୁବାଲାଙ୍କ ବାସ୍ତବ ଜୀବନ ମଧ୍ୟ କୌଣସି ଫିଲ୍ମଠୁ କମ୍‌ ନ ଥିଲା। ହୃଦଘାତ ଯୋଗୁ ଖୁବ୍‌ କମ୍‌ ବୟସରେ ଦୁନିଆ ଛାଡ଼ିଥିବା ମଧୁବାଲା ତାଙ୍କ ସ୍ବଳ୍ପ ଜୀବନରେ ଫିଲ୍ମର ଏକ ଲମ୍ବା ଇନିଂସ ଖେଳିଥିଲେ।

ସେ ଖୁବ୍‌ କମ୍‌ ବୟସରେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାତ୍ର ୧୪ ବର୍ଷ ବୟସରେ ତାଙ୍କ ଅଭିନୟ ମାଧ୍ୟମରେ ପରିପକ୍ୱ ଭୂମିକା ଗ୍ରହଣ କରିଥିବା ମଧୁବାଲାଙ୍କ ଅଭିନୟ ଚମତ୍କାର ଥିଲା।

ମଧୁବାଲାଙ୍କ ଫ୍ୟାଶନ ସବୁଠୁ ଆକର୍ଷଣୀୟ ଥିଲା। ତାଙ୍କୁ ସେତେବେଳେ ଫ୍ୟାଶନ କୁଇନ୍‌ କୁହାଯାଉଥିଲା। ପ୍ରତ୍ୟେକ ଡ୍ରେସ୍‌ ମଧୁବାଲାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିଲା। ଯାହା ଦେଖି ପ୍ରଶଂସକମାନେ ପାଗଳ ହୋଇଯାଉଥିଲେ।

Share