Categories: ଫୁରସତ

ବିଶ୍ୱର ସବୁଠୁ ସୁନ୍ଦର କୁକୁଡ଼ା

ଅମରାବତୀ: ସୁନ୍ଦର ପ୍ରତିଯୋଗିତା କେବଳ ମଣିଷ ଲାଗି ନୁହେଁ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ଆୟୋଜିତ ହୋଇଥାଏ। ନିକଟରେ ଆୟୋଜିତ ରାଜ୍ୟସ୍ତରୀୟ ସୁନ୍ଦର ପ୍ରତିଯୋଗିତାରେ ଏକ କୁକୁଡ଼ା ୪ର୍ଥ ସ୍ଥାନ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ ମୁତାବକ, ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ଜିଲାର ସୈୟଦ୍‌ ବାଶା ଏହି କୁକୁଡ଼ାର ମାଲିକ। ସୈୟଦ ତାଙ୍କ ବାପାଙ୍କ ସହ ମିଶି ଶୁଆଭଳି ଥଣ୍ଟ ଥିବା କୁକୁଡ଼ା ପାଳିଥିଲେ, ଯାହା ତାମିଲନାଡୁ ଏବଂ କେରଳରେ ଅଧିକାଂଶ ମିଳିଥାଏ। ଏହି ପ୍ରଜାତିର କୁକୁଡ଼ା ବହୁତ ସୁନ୍ଦର ହୋଇଥାନ୍ତି। କୌଣସି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାକୁ ହେଲେ ଏପରି କୁକୁଡ଼ାଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ସେମାନଙ୍କୁ ଜରୁରୀ ପୋଷକତତ୍ତ୍ୱ ଥିବା ଖାଦ୍ୟ ଦେବାକୁ ହୋଇଥାଏ। ପ୍ରତିଯୋଗିତାରେ କୁକୁଡ଼ାର ଆକାର, ପ୍ରକାର, ରଙ୍ଗ, ଡେଣାର ଯାଞ୍ଚ ପରେ ବିଜେତା ଘୋଷଣା କରାଯାଏ। ଗତ ୨୯ ଜାନୁୟାରୀରେ ରାଜ୍ୟର ଆନନ୍ଦପୁର ଜିଲାରେ ଆୟୋଜିତ ରାଜ୍ୟସ୍ତରୀୟ ସୁନ୍ଦର ପ୍ରତିଯୋଗିତାରେ ସୈୟଦ୍‌ଙ୍କ କୁକୁଡ଼ା ଥରକରେ ୪ର୍ଥ ସ୍ଥାନ ହାସଲ କରିଥିଲା। ତେବେ ସୈୟଦ୍‌ ମୋଟ ୫୦ କୁକୁଡ଼ା ପାଳୁଛନ୍ତି। ଆଗକୁ ତାମିଲନାଡୁରେ ଆୟୋଜିତ ହେବାକୁଥିବା ଏପରି ସୁନ୍ଦର ପ୍ରତିଯୋଗିତା ପାଇଁ ସେ ତାଙ୍କ କୁକୁଡ଼ାକୁ ପ୍ରସ୍ତୁତ କରୁଥିବା କହିଛନ୍ତି।

Share