ଏମାନେ ହେଉଛନ୍ତି ବଲିଉଡ୍‌ର ସବୁଠାରୁ ବିପଜ୍ଜନକ କଳାକାର!

ଇଣ୍ଟରନେଟ୍‌ ସମଗ୍ର ବିଶ୍ୱକୁ ଏକାଠି ବାନ୍ଧି ରଖିଛି। ଜଣେ ବ୍ୟକ୍ତି ଦୂରରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସହ ଯେକୌଣସି ମୁହୂର୍ତ୍ତରେ ଅତି ସହଜରେ କଥା ହୋଇ ପାରୁଛି। ଅନ୍ୟ ଜଣଙ୍କ ବିଷୟରେ ଜାଣିିବା, ସେମାନଙ୍କୁ ଦେଖିବା ଅତି ସହଜ ହୋଇପାରିଛି। ହେଲେ ଏବେ ସେମିତି କିଛି କରିବା ଦ୍ୱାରା କ୍ଷତି ହୋଇପାରେ। ଏକ ରିପୋର୍ଟ ଅନୁସାରେ, କିିଛି ସେଲିବ୍ରିଟିଙ୍କୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିବା ଅସୁବିଧାରେ ପକାଇପାରେ। ଆମେରିକାର ସାଇବର ସୁରକ୍ଷା କମ୍ପାନୀ ମାକାଫି ଏ ନେଇ ଏକ ତାଲିକା ପ୍ରକାଶ କରିଛି।


ମାକିାଫି ଦ୍ୱାରା ସବୁଠାରୁ ବିପଜ୍ଜନକ ସେଲିବ୍ରିଟିଙ୍କ ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଅନେକ ସେଲିବ୍ରିଟିଙ୍କ ନାମ ରହିଛି। ସେଥିରେ କେତେଜଣ ଭାରତୀୟଙ୍କ ନାମ ମଧ୍ୟ ରହିଛି। ଏହି ତାଲିକାର ଶୀର୍ଷରେ ରହିଛି ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ନାମ। ଦ୍ୱିତୀୟରେ ଭାରତୀୟ ଅଭିନେତ୍ରୀ ତବୁଙ୍କ ନାମ ରହିଥିବା ବେଳେ ତୃତୀୟରେ ତାପସୀ ପନ୍ନୁ, ୪ରେ ଅନୁଷ୍କା ଶର୍ମା, ୫ରେ ସୋନାକ୍ଷୀ ସିହ୍ନା, ୭ମରେ ସାରା ଅଲ୍ଲୀ ଖାନ୍‌ଙ୍କ ନାମ ରହିଛି। ଏହି ସେଲିବ୍ରିଟିଙ୍କୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିବା ଦ୍ୱାରା ଆପଣ ମାଲଓ୍ବେର ସାଇଟ୍‌(ଭାଇରସ) ସହ ଲିଙ୍କ୍‌ ହୋଇଯିବେ। ଫଳରେ ଆପଣଙ୍କ ସିଷ୍ଟମକୁ ଭାଇରସ୍‌ ଆସିବା ସହ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି। ତେଣୁ ଏହି ସେଲିବ୍ରିଟିଙ୍କ ଠାରୁ ଇଣ୍ଟରନେଟ୍‌ରେ ଦୂରତା ସୃଷ୍ଟି କରିବା ଆବଶ୍ୟକବୋଲି କୁହାଯାଇଛି।

Share