ନିମିଷକରେ ଜୀବନ ନେଇପାରେ ଜାଇଫଳ, ଜାଣନ୍ତୁ କାହିଁକି

ଆଜି ମଧ୍ୟ ଖାଦ୍ୟ ସାମଗ୍ରୀ ଏବଂ ଏହାର ପ୍ରଭାବ ବିଷୟରେ ବିଶ୍ୱର ଅନେକ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ ଚାଲୁରହିଛି। ଗତ କିଛି ବର୍ଷ ମଧ୍ୟରେ କରାଯାଇଥିବା ଅନୁସନ୍ଧାନରେ ବୈଜ୍ଞାନିକମାନେ ଏହିପରି ଅନେକ ଖାଦ୍ୟ, ପଦାର୍ଥ ଆବିଷ୍କାର କରିଛନ୍ତି, ଯାହାକୁ ଖାଇ ଲୋକେ ଗୁରୁତର ଅସୁସ୍ଥ ହୋଇଥାନ୍ତି ବୋଲି ସୂଚେଇ ଦେଇଛନ୍ତି। ସେଥିମଧ୍ୟରୁ ଜାଇଫଳ ହେଉଛି ଅନ୍ୟତମ।
ଜାଇଫଳ:
ଏହା ଏକ ମସଲାଜାତୀୟ ଖାଦ୍ୟ। ଏହି ପ୍ରସିଦ୍ଧ ମସଲା ଇଣ୍ଡୋନେସିଆରେ ମିଳୁଥିବା ଏକ ଗଛରୁ ଆସିଥାଏ। ଏହା କିଛି ସ୍ବତନ୍ତ୍ର ବିସ୍କୁଟ ତିଆରିରେ ବ୍ୟବହୃତ ହୁଏ। ଏହା ବ୍ୟତୀତ ଏହା ଆଳୁ, ମାଂସ ଏବଂ ପନିପରିବା ତଥା କିଛି ପାନୀୟ ତିଆରିରେ ମଧ୍ୟ ବ୍ୟବହୃତ ହୁଏ। ମାତ୍ର ଏହାକୁ ଅଧିକ ମାତ୍ରାରେ ଖାଇଲେ ଏହା ନିମିଷକରେ ଜୀବନ ନେଇଯାଇଥାଏ ବୋଲି ବୈଜ୍ଞାନିକମାନେ ଗବେଷଣା କରି କହିଛନ୍ତି। ଏହାକୁ ଖାଇବା ଦ୍ୱାରା ବାନ୍ତି, ଦେହହାତ ଯନ୍ତ୍ରଣା, ନିଶ୍ୱାସ ନେବାରେ ଅସୁବିଧା ହେବା ସହ ମାନସିକ ବିକାରଗ୍ରସ୍ତ ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଏପରିକି ଏଥିରେ ମଣିଷର ଜୀବନ ମଧ୍ୟ ଚାଲିଯାଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।