Categories: ଫୁରସତ

ଲୋମଟାଙ୍କୁରା ଦୃଶ୍ୟ, ହିଂସ୍ର ଜନ୍ତୁଙ୍କୁ ମଝିରେ ପଶି ଦେଉଛନ୍ତି ଖାଦ୍ୟ

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୁଏ । ସେଥିରୁ କେତେକ ଭିଡ଼ିଓ ବେଳେ ବେଳେ ଆଶ୍ଚର୍ଯ୍ୟ କରିପକାଏ । ବର୍ତ୍ତମାନ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଶେୟାର କରାଯାଇଛି ଏଥିରେ ୨ ଜଣ ବ୍ୟକ୍ତିଙ୍କୁ ହିଂସ୍ର ଜନ୍ତୁଙ୍କୁ ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟକର ଏହି ବ୍ୟକ୍ତି ଦୁଇଜଣଙ୍କ ମୁହଁରେ ଭୟର କୌଣସି ଚିହ୍ନ ଦେଖାଯାଉନାହିଁ। ତେବେ ଜୀବନ ସମସ୍ତଙ୍କୁ ପସନ୍ଦ ନିଜ ଜୀବନକୁ ବିପଦରେ ପକାଇ ଏଭଳି କାର୍ଯ୍ୟ କରିବାକୁ ପସନ୍ଦ ନ ଥିଲେ ମଧ୍ୟ ଏହିପରି କିଛିକାର୍ଯ୍ୟ ଅନେକ ସମୟରେ ଲୋକେ କରିଥାନ୍ତି। ଭାଇରାଲ ଭିଡିଓ ଏକ୍ସରେ @ TheFigen_ ନାମକ ଏକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ୩୮ ସେକେଣ୍ଡ କ୍ଲିପରେ ଆପଣ ଦେଖିପାରିବେ ଯେ ଦୁଇଜଣ ଲୋକ ଏକ ଚିତାବାଘକୁ ଏକାଠି ଖାଇବାକୁ ଦେଉଛନ୍ତି। ଭିଡିଓରୁ ଜଣାପଡ଼ୁଛି ସେମାନେ ଏକ ଜାତୀୟ ଉଦ୍ୟାନର କର୍ମଚାରୀ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ତାଙ୍କ କାର୍ଯ୍ୟ ସବୁଠାରୁ ଚ୍ୟାଲେଞ୍ଜିଙ୍ଗ ଅଟେ।

 

Share