Posted inଫୁରସତ

ଗୋଟିଏ ପୋକର ଦାମ୍‌ ବିଏମ୍‌ଡବ୍ଲ୍ୟୁଠୁ ବି ଅଧିକ, ଜାଣିଲେ…

ଦୁନିଆରେ ଏମିତି ଏକ ପୋକ ଅଛି, ଯାହାର ଦାମ୍‌ ଅଡି ଆଉ ବିଏମ୍‌ଡବ୍ଲ୍ୟୁଠାରୁ ବି ଅଧିକ। କିଛି ବର୍ଷ ପୂର୍ବେ ଜଣେ ଜାପାନୀ ପ୍ରଜନକ ୮୯,୦୦୦ ଡଲାରରେ (ଆଜିର ମୂଲ୍ୟରେ ପ୍ରାୟ ୭୩ ଲକ୍ଷ ଟଙ୍କା) ଏକ ପୋକ ବିକ୍ରି କରିଥିଲେ। କୁହାଯାଏ, ଏହା ପୃଥିବୀରେ ଥିବା ସବୁଠାରୁ ଛୋଟ। ଅଦ୍ଭୁତ ଏବଂ ବିରଳ ପ୍ରଜାତି (ବିଚିତ୍ର ବ୍ୟୟବହୁଳ କୀଟ) ମଧ୍ୟରୁ ଅନ୍ୟତମ।

ଏହାର ନାମ ଷ୍ଟାଗ ବିଟଲ। ଏହା ଲୁକାନାଇଡା ପରିବାରର। ଯାହାର ୧୨୦୦ ପ୍ରଜାତି ରହିଛି। ଏହାକୁ ବଜାୟ ରଖିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହା ଦେଖିବାକୁ ବହୁତ ଛୋଟ ଦେଖାଯାଏ। କିନ୍ତୁ ଯଦି ଏହା ଆପଣଙ୍କୁ ମିଳିବ ତେବେ ଆପଣ କୋଟିପତି ହୋଇଯିବେ। ଅନେକ ରୋଗରେ ବ୍ୟବହୃତ ମହଙ୍ଗା ଔଷଧ ଏହି ପୋକରୁ ତିଆରି ହୋଇଥାଏ। ଯେଉଁ କାରଣରୁ ଏହାର ମୂଲ୍ୟ ଏତେ ଅଧିକ। ଏହି କାରଣରୁ ଏହି କୀଟପତଙ୍ଗ ପ୍ରଜାତି ଉପରେ ବିଲୁପ୍ତ ହେବାର ବିପଦ ମଧ୍ୟ ବଢୁଛି।

ଏହି ପୋକ ଏତେ ସୂକ୍ଷ୍ମ ଯେ, ଏହା ଅତ୍ୟଧିକ ଥଣ୍ଡାକୁ ସହ୍ୟ କରିପାରିବ ନାହିଁ। ଏହି ପୋକ ଶୀତ ଋତୁରେ ନିଜକୁ ରକ୍ଷା କରିବାରେ ସକ୍ଷମ ନୁହେଁ, ତେଣୁ ଏହା ମରିଯାଏ।

ଏହି ମୁଣ୍ଡରେ କଳା ଶିଙ୍ଗ ଅଛି। ସେଗୁଡ଼ିକ ପ୍ରାୟ ୫ରୁ ୧୦୦ ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ। ଏହା କେବଳ ଗରମ ଜଳବାୟୁରେ ଦେଖିବାକୁ ମିଳିଥାଏ। ଥଣ୍ଡା ହେଲେ ଏହା ମରିଯାଏ। ନଚେତ୍‌ ଏହି ପୋକ ପ୍ରାୟ ୭ ବର୍ଷ ବଞ୍ଚିଥାଏ।
ଏହି ପୋକ ଫଳ ରସ, ଗଛର ରସ ଏବଂ ପାଣିରେ ବଞ୍ଚିଥାନ୍ତି। ଏହାର ଜିଭ କମଳା ରଙ୍ଗର ଅଟେ। ଅନେକ ଦେଶରେ ଏହି କୀଟକୁ ବିଲୁପ୍ତ ବର୍ଗରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ବିପଦରେ ସାଇଗା ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ

ମସ୍କୋ: ବିଶ୍ୱରେ ଅନେକ ପ୍ରକାରର ହରିଣ ପ୍ରଜାତି ଦେଖିବାକୁ ମିଳିଥାଏ। ସାଧାରଣତଃ ହରିଣଗୁଡ଼ିକୁ ସେମାନଙ୍କର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍‌ ପ୍ରଶଂସା କରାଯାଇଥାଏ। କିନ୍ତୁ...

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri