Categories: ଫୁରସତ

ସବୁଠୁ ବାସୋପଯୋଗୀ ସହର ସୂଚୀରେ ଭାରତରୁ ୫

ହାଇଦ୍ରାବାଦ: ବିଶ୍ୱରେ ଏମିତି ଅନେକ ସହର ରହିଛି, ଯେଉଁଠାରେ ଲୋକ ରହିବାକୁ ପସନ୍ଦ କରନ୍ତି। ନିକଟରେ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟି (ଇଆଇୟୁ) ପକ୍ଷରୁ ବିଶ୍ୱର ସବୁଠୁ ବାସୋପଯୋଗୀ ସହର ଗୁଡ଼ିକର ଏକ ନାମ ତାଲିକା ପ୍ରକାଶ ପାଇଛି। ଏହି ସୂଚୀରେ ବିଶ୍ୱର ମୋଟ ୧୭୩ ସହରର ନାମ ସ୍ଥାନ ପାଇଛି, ଯେଉଁଥିରେ ଭାରତର ୫ ସହର ବେଙ୍ଗାଲୁରୁ, ଅହମ୍ମଦାବାଦ, ଚେନ୍ନାଇ, ନୂଆଦିଲ୍ଲୀ ଏବଂ ମୁମ୍ବାଇ ରହିଛି। ସହରରେ ସ୍ବାସ୍ଥ୍ୟ ସୁବିଧା, ଇନ୍‌ଫ୍ରାଷ୍ଟ୍ରକ୍ଚର, ପରିବେଶ ଆଦିକୁ ଭିତ୍ତିକୁ ନେଇ ଏହି ଲିଷ୍ଟ ପ୍ରସ୍ତୁତ କରାଯାଇଛି।
ଅଧିକ ବାସପଯୋଗୀ କ୍ଷେତ୍ରରେ ଅଷ୍ଟ୍ରେଲିଆର ଭିଏନା ନାମ ସର୍ବାଗ୍ରେ ଥିବାବେଳେ ଡେନ୍‌ମାକର୍ର୍ର କୋପେନହାଗେନ୍‌ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଅଷ୍ଟ୍ରେଲିଆର ମେଲବର୍ନ ଓ ସିଡ୍‌ନୀ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି। ଜାପାନର ଓସାକା ୧୦ମ ସ୍ଥାନ ଅଧିକାର କରିଛି। ଇଆଇୟୁ ତାଲିକାରେ ଭାରତର ଦିଲ୍ଲୀ, ମୁମ୍ବାଇ ୧୪୧ ସ୍ଥାନରେ ଥିବାବେଳେ ଚେନ୍ନାଇ ୧୪୪ତମ, ଅହମ୍ମଦାବାଦ ୧୪୭ତମ ଏବଂ ବେଙ୍ଗାଲୁରୁ ୧୪୮ତମ ସ୍ଥାନରେ ରହିଛି।

Share