ସ୍କୁଲ ପିଲାଙ୍କୁ ନେଉଛି ଅନ୍‌ଫିଟ୍‌ ଯାନ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଯାନଗୁଡିକୁ ଯାଞ୍ଚ କରାଯାଉଛି। ଏ ନେଇ ବିଭାଗ ପକ୍ଷରୁ ସପ୍ତାହେ ବ୍ୟାପୀ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ କରାଯାଇଛି। ତେବେ ପିଲାମାନଙ୍କୁ ନେଉଥିବା ଯାନଗୁଡିକ ମଧ୍ୟରୁ ଅଧିକାଂଶ ଅନ୍‌ଫିଟ୍‌ ଥିବା ଜଣାପଡିଛି। ପରିବହନ ବିଭାଗ ସୂଚନା ମୁତାବକ ବୁଧବାର ପ୍ରଥମ ଦିବସରେ ରାଜ୍ୟରେ ୨୩୫ଟି ଚାଲଣ କଟାଯାଇଛି। ପିଲାମାନଙ୍କୁ ସ୍କୁଲ ନେଉଥିବା ବସ୍‌, ଭ୍ୟାନ୍‌ ଓ ଅଟୋଗୁଡିକୁ ଯାଞ୍ଚ କରାଯାଇଛି। ୧୦୫ଟି ବସ୍‌, ୮୫ଟି ଭ୍ୟାନ୍‌ ଏବଂ ୪୪ଟି ଅଟୋ ରିକ୍ସାକୁ ଯାଞ୍ଚ କରାଯାଇଛି। ସେଥିରୁ ୧୭୩ଟି ଯାନର ବୈଧ ଫିଟନେଶ୍‌ ସାର୍ଟିଫିକେଟ ନ ଥିବା ବେଳେ ୮୫ଟିର ପରମିଟ୍‌ ନାହିଁ। ସେହିପରି ୯୮ଟି ଯାନର ବୀମା ନ ଥିବା ବେଳେ ୫୧ଟି ଯାନର ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ସାର୍ଟିଫିକେଟ, ୨୫ଟି ଟିକସ ଦେଇ ନ ଥିବା ବେଳେ ୫୯ଟି ଯାନର ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନ ଥିବା ଜଣାପଡିଛି। ରାଉରକେଲାରେ ୨ଟି ବସ୍‌କୁ ରଦ୍ଦ କରାଯାଇଛି।

Share