ଗଞ୍ଜାମ,୧୫।୧୦(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମ ପାଣି ଘେରରେ ଥିବା ଦେଖିବାକୁ ମିଳିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଋଷୁକୁଲ୍ୟା ନଦୀରେ ବନ୍ୟା ଜଳ ପ୍ରଭାହିତ ହେଉଛି। ଗଞ୍ଜାମ ବ୍ଲକ ସମୁଦ୍ର କୁଳ ନିକଟବର୍ତ୍ତୀ ପୋଡ଼ମପେଟା ଗୋଖର କୁଦା, ସୂର୍ଯ୍ୟ ନାରାୟଣ ପୁର, ଓଡିଆରପି କଲୋନୀ, ବଙ୍ଗଲା ଆଦି ଅଞ୍ଚଳ ଜଳମଗ୍ନ ଥିବା ବେଳେ ଏନଏସି ଅଧିନସ୍ଥ ପୁଇଁତୋଳା ଗ୍ରାମରେ ମଧ୍ୟ ଧୀରେ ଧୀରେ ପାଣି ପଶିଲାଣିl ସେହିପରି ଅନ୍ୟାନ୍ୟ ପଞ୍ଚାୟତର ଥିବା ଗ୍ରାମ ଗୁଡିକ ମଧ୍ୟ ଜଳମଗ୍ନ ଥିବା ଜଣାପଡିଛି। ଏହି ଭଳି ପରିସ୍ଥିତିରେ ଲୋକେ ଘରୁ ବାହାରି ନ ପାରି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଡ଼ିଓ ପାଣିଘେରରେ ଥିବା ଗ୍ରାମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।