ଅଧିକାଂଶ ପାଲେଷ୍ଟାଇନଙ୍କ ହମାସ ଆକ୍ରମଣରେ କୌଣସି ଲେଣଦେଣ ନାହିଁ: ବାଇଡେନ

ଓ୍ବାଶିଂଟନ,୧୫।୧୦(୭): ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ପାଲେଷ୍ଟାଇନ ନାଗରିକ ଏବଂ ହମାସ ନେତାଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇ ସେ କହିଛନ୍ତି ଯେ, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଅଧିକାଂଶ ପାଲେଷ୍ଟାଇନଙ୍କର କୌଣସି ସମ୍ପର୍କ ନାହିଁ।
ବାଇଡେନଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଉତ୍ତର ଗାଜା ଉପରେ ଇସ୍ରାଏଲ ଗ୍ରାଉଣ୍ଡ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଆମେରିକା ହୁଏତ ଇସ୍ରାଏଲକୁ ସମର୍ଥନ କରିଥାଇପାରେ, କିନ୍ତୁ ଏହି ଅପରେଶନରେ କୌଣସି ଆମେରିକୀୟ ସୈନିକ ଅଂଶଗ୍ରହଣ କରିବେ ନାହିଁ। ହମାସ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ସବୁ ଦିଗରେ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ।
ହମାସ ଆକ୍ରମଣରେ ୧୩୦୦ରୁ ଅଧିକ ଇସ୍ରାଏଲୀୟଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣର ଜବାବରେ ଇସ୍ରାଏଲ ଏକ ଏୟାର ଷ୍ଟ୍ରାଇକ କରିଥିଲା, ଯାହାଦ୍ୱାରା ଗାଜାରେ ୨୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁୁ ହୋଇଥିଲା। ମିଳିତ ଜାତିସଂଘ ଆକଳନ କରିଛି ଯେ, ଯୁଦ୍ଧର ପ୍ରଥମ ସପ୍ତାହରେ ଗାଜା ଅଞ୍ଚଳରୁ ଏକ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।

Share