ଗଞ୍ଜାମ,୧୫।୯(ଡି.ଏନ୍.ଏ.): ଗଞ୍ଜାମସହରରେ ମହାମାରୀ କରୋନା ସ୍ଥିତି ବର୍ତମାନ ନିୟନ୍ତ୍ରଣ ଥିବା ଜଣା ପଡିଛି । ଏହି ଏନ୍ଏସି ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଥିବା ବେଳେ ୮୬ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସହରର ଦୁଇ ଜଣ ଏଥିରେ ପ୍ରାଣ ହରାଇଥିବା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ଗଞ୍ଜାମ ସହରର ଅଧିକାଂଶ ଲୋକ ମାକ୍ସ ପିନ୍ଧୁ ନ ଥିବା ଦେଖିବାକୁ ମିଳିଛି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି । କେତେବେଳେ ଏହା ଭୟଙ୍କର ରୂପ ନେବ କହିହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।