ପ୍ରତାରଣାକାରୀ ପାର୍ଟନରଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହିଁଥାନ୍ତି ଅଧିକାଂଶ ଲୋକେ

ଡେଟିଂ ଏବଂ ପାର୍ଟନର ବିଷୟରେ ଲୋକଙ୍କ ପସନ୍ଦ ଭିନ୍ନ ପ୍ରକାରର। ଏ ବିଷୟରେ ଜାଣିବା ପାଇଁ ଏକ୍‌ଷ୍ଟ୍ରା ମେରିଟାଲ ଡେଟିଂ ଆପ୍‌ ଗ୍ଲିଡେନ୍‌ ଭାରତୀୟଙ୍କୁ ନେଇ ନିକଟରେ ଏକ ସର୍ଭେ କରିଛି। ଏହି ସର୍ଭେରେ ୩୪ରୁ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ଏଥିରେ ଦିଲ୍ଲୀ, ଏନ୍‌ସିଆର୍‌, ଚେନ୍ନାଇ, ବେଙ୍ଗାଲୁରୁ, ପୁନେ ଏବଂ ହାଇଦ୍ରାବାଦ୍‌ର ଲୋକେ ସାମିଲ ହୋଇଥିଲେ। ସର୍ଭେରେ ସାମିଲ କେତେକ ଲୋକ ପ୍ରତାରଣାକୁ ଅପରାଧ ବୋଲି ମାନିଥିଲେ। ସେମାନଙ୍କ କହିବା ଅନୁସାରେ ପ୍ରତାରଣାକାରୀ ଲୋକଙ୍କୁ କ୍ଷମା କରିବା ଅନୁଚିତ୍‌। ତେବେ ଅଧିକାଂଶ ଲୋକଙ୍କ ହିସାବରେ ଧୋକା ଖାଇବା ପରେ ମଧ୍ୟ ନିିଜ ପାର୍ଟନରଙ୍କୁ ଦ୍ୱିତୀୟ ସୁଯୋଗ ଦେବା ଉଚିତ୍‌ ବୋଲି ମନେ କରିଛନ୍ତି।
ସର୍ଭେ ଅନୁଯାୟୀ, ୩୬.୯ ପ୍ରତିଶତ ଲୋକ ପ୍ରତାରଣା ପାଇବା ପରେ ବିନା କିଛି ପ୍ରତିଜ୍ଞାରେ ନିଜ ପାର୍ଟନରଙ୍କୁ କ୍ଷମା କରିବାକୁ ଚାହିଁଥିଲେ। ୨୩ ପ୍ରତିଶତ ଲୋକ ପ୍ରତାରଣା ପରେ ସେହି ସମ୍ପର୍କରୁ ପୁରା ବାହାରିଯିବାକୁ ଉଚିତ୍‌ ମନେ କରିଥିଲେ। ୪୮.୧ ପ୍ରତିଶତ ଲୋକ ପୂର୍ବ ସମ୍ପର୍କକୁ ଛିନ୍ନ କରିବା ପରିବର୍ତ୍ତେ ଆଉ ଏକ ସମ୍ପର୍କରେ ଖୁସି ଖୋଜିବାକୁ ଚେଷ୍ଟା କରିଥାନ୍ତି। ତେଣୁ ସେମାନେ ଏକା ସମୟରେ ୨ ଭିନ୍ନ ଭିନ୍ନ ଲୋକଙ୍କୁ ଭଲ ପାଇଥାନ୍ତି। ସେହିପରି ୪୪.୫ ପ୍ରତିଶତ ଲୋକ ଏହାକୁ ବିରୋଧ କରିଛନ୍ତି।