Categories: ଫୁରସତ

ସବୁଠୁ ବିଷାକ୍ତ ସାପ

କାନ୍‌ବେରା: ବିଶ୍ୱରେ ମୋଟ ୬୦୦ ପ୍ରକାର ବିଷଧର ପ୍ରଜାତିର ଜୀବ ଅଛନ୍ତି। ସେମାନଙ୍କ ଭିତରୁ ପ୍ରାୟ ୨୦୦ ପ୍ରଜାତି ମାରାତ୍ମକ, ଯାହାଙ୍କ ଆକ୍ରମଣ ଫଳରେ ମୃତ୍ୟୁ ସୁନିଶ୍ଚିତ ହୋଇଥାଏ। ଅଷ୍ଟ୍ରେଲିଆର ଇନ୍‌ଲାଣ୍ଡରେ ଦେଖାଯାଉଥିବା ତାଇପନ୍‌ ସାପ ବିଶ୍ୱର ସବୁଠାରୁ ବିଷାକ୍ତ ସାପ ବୋଲି କୁହାଯାଉଛି। କାରଣ ଏହି ସାପର ଗୋଟିଏ ଚୋଟରେ ଏକାଥରକେ ୧୦୦ ଜଣଙ୍କ ମୃତ୍ୟୁ ହେବ। ଅର୍ଥାତ୍‌ ତାଇପନ୍‌ ସାପର ଚୋଟରେ ଯେତିକି ପରିମାଣର ବିଷ ବାହାରେ ସେଥିରେ ଶତାଧିକ ଲୋକ କିମ୍ବା ୨,୫୦,୦୦୦ ମୂଷା ମରିଯିବେ।
ସାପ ଶରୀରର ଲମ୍ବ କମ୍‌ ହୋଇଥାଏ। ଏହାର ମୁଣ୍ଡର ଆକାର ଚାରିକଣିଆ ହୋଇଥାଏ। ସକାଳ ବେଳା ଏହି ସାପ ଅଧିକ ସକ୍ରିୟ। ଏମାନେ ସାଧାରଣ ଭାବେ ମାଟି ତଳେ ରହିବାକୁ ପସନ୍ଦ କରନ୍ତି। ତାଇପନ୍‌ ସାପର ବିଷ ଏଲ୍‌ଡି୫୦ (ଲିଥାଲ ଡୋଜ୍‌, ବିଷ ମାପର ଏକକ) ବିଷାକ୍ତ। ବିଷ୍ଟେଲର ସ୍କୁଲ ଅଫ୍‌ କେମିଷ୍ଟ୍ରି ୟୁନିଭର୍ସିଟି ଓ୍ବେବ୍‌ସାଇଟ୍‌ରେ ଦିଆଯାଇଥିବା ତଥ୍ୟ ଅନୁସାରେ ବିଶ୍ୱରେ ଥିବା ସବୁଠାରୁ ବିଷାକ୍ତ ସାପମାନଙ୍କ ସୂଚୀରେ ତାଇପନ୍‌ ଶୀର୍ଷରେ ରହିଛି। ଏହି ସାପ ସାଧାରଣରେ ମିଳିବା ବହୁ କଷ୍ଟ। ଦିନ ଏବଂ ରାତି ଅପେକ୍ଷା ଏମାନେ ଭୋର ସମୟରେ ଅଧିକ ସକ୍ରିୟ ହୋଇଥାନ୍ତି।

Share