ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି

ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା ଉପରେ ଫିଲ୍ମର କାହାଣୀ ଗତିଶୀଳ ହେଉଥିଲା। ବାସ୍ତବ ଜୀବନରେ ମହିଳାମାନେ ସହୁଥିବା ଅନ୍ୟାୟକୁ ବଡ଼ ପରଦାରେ ଦେଖିବାକୁ ମିଳୁଥିଲା। ଏହି ସମୟର ଜଣେ ଅଭିନେତ୍ରୀ ଏଭଳି ଥିଲେ ଯାହାଙ୍କ ଉପରେ ସବୁଠାରୁ ଅଧିକ ବଳାତ୍କାର ଦୃଶ୍ୟ ଶୁଟିଂ କରାଯାଇଥିଲା। ସେ ହେଲେ ନଜିମା। ବିଶେଷକରି ଭଉଣୀ ନଚେତ ନାୟିକାଙ୍କ ବନ୍ଧୁ ଭୂମିକାରେ ସେ ନଜର ଆସୁଥିଲେ। ସେତେବେଳ ସମୟରେ ଫିଲ୍ମରେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟ ଜିଣୁଥିଲା।

ଫିଲ୍ମ ନିଶାନ୍‌ରୁ ଅଭିନେତ୍ରୀ ଭାବେ ଡେବ୍ୟୁ କରିଥିଲେ ନଜିମା। ପରେ ସେ ଆର୍‌ଜୁ, ଦିଲ୍ଲଗୀ, ତମନ୍ନା, ଅନ୍‌ଜାନା ଭଳି ଫିଲ୍ମରେ ନଜର ଆସିଛନ୍ତି। ସବୁଥିରେ ସହ ଅଭିନେତ୍ରୀ ଭାବେ ତାଙ୍କ ଭୂମିକା ପ୍ରଶଂସନୀୟ ଥିଲା। ଯୌନ ଉତ୍ପୀଡନ ତଥା ବଳାତ୍କାରର ଶିକାର ହେଉଥିବା ମହିଳାଙ୍କ ଭୂମିକାରେ ସେ କାମ କରିଥିଲେ। ଚରିତ୍ରକୁ ନେଇ ତାଙ୍କୁ ‘ବଲିଉଡ୍‌ର ଭଉଣୀ’ ଆଖ୍ୟା ମିଳିଥିଲା। ରୂପ ସୁନ୍ଦର ଏବଂ ସ୍ବଭାବ ଭଲ ଥିବା ଯୋଗୁ ସେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ମଧ୍ୟ ଥିଲେ। ନିଜ କ୍ୟାରିୟରରେ ପାଖାପାଖି ତିରିଶଟି ଫିଲ୍ମରେ ସେ କାମ କରିଥିଲେ ହେଁ ମୁଖ୍ୟ ନାୟିକା ଚରିତ୍ର ତାଙ୍କୁ ମିଳି ନ ଥିଲା। ଅଭିନେତ୍ରୀ ଭାବେ ତାଙ୍କର ଏହି ଆଶା ଆଶାରେ ରହଯାଇଥିଲା। ଶେଷଥର ପାଇଁ ଫିଲ୍ମ ’ଲଭ୍‌ ଆଣ୍ଡ ଗଡ’ରେ ସେ ନଜର ଆସିଥିଲେ। ଏହା ତାଙ୍କ ମୃତ୍ୟୁ ପରେ ରିଲିଜ ହୋଇଥିଲା। ୧୯୭୫ରେ କ୍ୟାନ୍‌ସରରେ ପୀଡ଼ିତ ହେବା ଯୋଗୁ ମାତ୍ର ୨୭ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।

Share