Categories: ଫୁରସତ

ଏମିତି ଭାଷା, ଯାହାକୁ ସମଗ୍ର ବିଶ୍ୱରେ କେବଳ ଏକା କହିପାରନ୍ତି ଏହି ବୃଦ୍ଧା

ସାରା ବିଶ୍ୱରେ ୬,୯୦୦ରୁ ଅଧିକ କଥିତ ଭାଷା ରହିଛି। ଏହି ଭାଷାଗୁଡ଼ିକ ମଧ୍ୟରୁ ଅନେକ ହଜାର ହଜାର ବର୍ଷର ପୁରୁଣା। ଏଥିମଧ୍ୟରୁ କେତେକ ଭାଷା ଅସ୍ତିତ୍ୱ ହରାଇ ସାରିଲାଣି। ସେହିପରି ଏକ ଭାଷା ହେଉଛି ‘ୟଘାନ’ ଆର୍ଜେଣ୍ଟିନାର ଏକ ଦ୍ୱୀପରେ ଏହି ମାତୃଭାଷା ବର୍ତ୍ତମାନ ପ୍ରାୟ ଲୋପ ପାଇସାରିଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ।

ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଭାଷାକୁ କେବଳ ଜଣେ ବୃଦ୍ଧା କହି ପାରୁଛନ୍ତି। ତାଙ୍କ ନାଁ ହେଲିଶ କ୍ରିଷ୍ଟିନା କାଲଡେରନ୍‌। ଆର୍ଜେଣ୍ଟିନା ଏବଂ ଚିଲି ମଧ୍ୟରେ ବାସ କରୁଥିବା ଟାୟରା ଡେଲ ଫୁଏଗୋ ନାମକ ଦ୍ୱୀପରେ ରହୁଥିବା ଆଦିବାସୀମାନେ ‘ୟଘାନ’ ଭାଷାରେ କଥା ହେଉଥିଲେ। ଏହି ଭାଷା ସଂସ୍କୃତ ସହିତ ସମାନ ବୋଲି ବିବେଚନା କରାଯାଏ। ତେବେ ବର୍ତ୍ତମାନ ଏହାକୁ କେବଳ କ୍ରିଷ୍ଟିନା କହୁଛନ୍ତି। ଏପରିକି ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କ କଥାକୁ ବୁଝିପାରନ୍ତି ନାହିଁ। ତାଙ୍କୁ ଲୋକେ ଜେଜେମା ସମ୍ବୋଧନ କରି ଡାକିଥାନ୍ତି।
‘ୟଘାନ’ ଭାଷାର ଅସ୍ତିତ୍ୱ ବଜାୟ ରଖିବା ପାଇଁ କ୍ରିଷ୍ଟିନାଙ୍କୁ ମଧ୍ୟ ଅନେକ ଥର ସମ୍ମାନିତ କରାଯାଇଛି । ୨୦୦୯ରେ ଚିଲି ସରକାର ତାଙ୍କୁ ‘ଲିଭିଂ ହ୍ୟୁମାନ୍‌ ଟ୍ରିଜର’ର ଉପାଧି ଦେଇଥିଲେ। ଯେଉଁମାନେ ସଂସ୍କୃତିକୁ ବଞ୍ଚାଇବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥାନ୍ତି ସେମାନଙ୍କୁ ଏହି ଉପାଧି ମିଳିଥାଏ।

Share