Posted inଖେଳ

ସର୍ବାଧିକ ରନ୍‌: ଶୀର୍ଷରେ ସଚିନ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ତ୍ରୟୋଦଶ ସଂସ୍କରଣ ଭାରତରେ ଆୟୋଜିତ ହେବ। ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ପାକିସ୍ତାନର ଜାଭେଦ ମିଆଁଦାଦ ନିଜ କ୍ୟାରିୟରରେ ୬ଟି ଲେଖାଏ ବିଶ୍ୱକପ୍‌ ଖେଳିଛନ୍ତି। ବିଶ୍ୱକପ୍‌ ଖେଳିବା ସହିତ ଏଥିରେ ନିୟମିତ ରନ୍‌ ସ୍କୋର କରିବାରେ ସଚିନ ପ୍ରଥମ ସ୍ଥାନରେ ରହିଛନ୍ତି। ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ରନ୍‌ ସ୍କୋର କରିଥିବା ୫ ଖେଳାଳିଙ୍କ ଉପରେ ନଜର…
ସଚିନ ତେନ୍ଦୁଲକର: ୧୯୯୨-୨୦୧୧
୧୯୯୨ରେ ପ୍ରଥମ ବିଶ୍ୱକପ୍‌ ଖେଳିଥିବା ସଚିନ ତେନ୍ଦୁଲକର ୬ ବିଶ୍ୱକପ୍‌ ଖେଳିଥିବା ବେଳେ ଥରେ ବିଶ୍ୱ ଚାମ୍ପିୟନ ଦଳର ସଦସ୍ୟ ରହିଛନ୍ତି। ସଚିନଙ୍କ ଅନ୍ତିମ ବିଶ୍ୱକପ୍‌ ୨୦୧୧ ମସିହାରେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ସଚିନ ୬ ବିଶ୍ୱକପ୍‌ରେ ସମୁଦାୟ ୪୫ ମ୍ୟାଚ୍‌ ଖେଳିଥିବା ବେଳେ ସ୍କୋର କରିଛନ୍ତି ୨୨୭୮ ରନ। ତାଙ୍କର ଆଭରେଜ୍‌ ୫୬.୯୫ ରହିଥିବା ବେଳେ ଏଥିମଧ୍ୟରେ ସାମିଲ ରହିଛି ୬ ଶତକ ଓ ୧୫ ଅର୍ଦ୍ଧଶତକ। ସେହିପରି ବିଶ୍ୱକପ୍‌ରେ ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି ୧୫୨ ରନ୍‌।
ରିକି ପଣ୍ଟିଂ:୧୯୯୬-୨୦୧୧
ବିଶ୍ୱକପ୍‌ ଇତିହାସର ପଣ୍ଟିଂଙ୍କୁ ସବୁଠାରୁ ସଫଳ ଖେଳାଳି କହିଲେ ଅତ୍ୟୁକ୍ତି ହେବ ନାହିଁ। ଖେଳାଳି ଭାବରେ ସେ ୩ ଥର ଓ ଅଧିନାୟକ ଭାବରେ ୨ ଥର ବିଶ୍ୱକପ୍‌ ଟ୍ରଫି ହାସଲ କରିଛନ୍ତି। କ୍ୟାରିୟରରେ ୫ ବିଶ୍ୱକପ୍‌ରେ ପଣ୍ଟିଂ ୪୬ ମ୍ୟାଚ୍‌ ଖେଳିଛନ୍ତି। ୫ ଶତକ ଓ ୬ ଅର୍ଦ୍ଧଶତକ ସହିତ ସେ ସ୍କୋର କରିଛନ୍ତି ୧୭୪୩ ରନ୍‌।
କୁମାର ସାଙ୍ଗାକାରା: ୨୦୦୩-୨୦୧୫
ଶ୍ରୀଲଙ୍କା କ୍ରିକେଟ ଇତିହାସର ଶ୍ରେଷ୍ଠ ଉଇକେଟକିପର ବ୍ୟାଟର କୁମାର ସାଙ୍ଗାକାରା। ୨୦୦୩ରୁ ୨୦୧୫ ମଧ୍ୟରେ ସେ ୪ଟି ଦିନିକିଆ ବିଶ୍ୱକପ୍‌ ଖେଳିଛନ୍ତି। ୪ ସଂସ୍କରଣର ୩୭ ମ୍ୟାଚରେ ସେ ସ୍କୋର କରିଛନ୍ତି ୧୫୩୨ ରନ୍‌। ୫୬.୩୨ର ଆଭରେଜ ସହିତ ସେ ୫ ଶତକ ଓ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ବ୍ରାଏନ୍‌ ଲାରା: ୧୯୯୨-୨୦୦୭
ସଚିନ ଓ ପଣ୍ଟିଂଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ତାଲିକାରେ ସାମିଲ ଥିଲେ ମଧ୍ୟ ଓ୍ବେଷ୍ଟଇଣ୍ଡିଜର ଏହି କିମ୍ବଦନ୍ତୀ କ୍ରିକେଟର କେବେ ବିଶ୍ୱକପ ଜିତିପାରି ନାହାନ୍ତି। ୫ଟି ସଂସ୍କରଣର ବିଶ୍ୱକପ୍‌ ଖେଳିଥିବା ଲାରା ସମୁଦାୟ ୩୪ ମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ସେ ୧୨୨୫ ରନ୍‌ ସ୍କୋର କରିଥିବା ବେଳେ ମାରିଛନ୍ତି ୨ ଶତକ ଓ ୭ ଅର୍ଦ୍ଧଶତକ।
ଏବି ଡି ଭିଲିୟର୍ସ:୨୦୦୭-୨୦୧୫
ଦକ୍ଷିଣ ଆଫ୍ରିକାର ଏହି କରିତ୍‌କର୍ମା ଖେଳାଳି ଜଣଙ୍କ ନିଜ ପ୍ରଦର୍ଶନ ଜରିଆରେ ଛାପ ଛାଡିବାରେ ଧୁରନ୍ଧର। ମାତ୍ର ୩ଟି ବିଶ୍ୱକପ୍‌ ଖେଳିଥିଲେ ମଧ୍ୟ ୨୩ ମ୍ୟାଚରୁ ସେ ସ୍କୋର କରିଛନ୍ତି ୧୨୦୭ ରନ୍‌। ତାଙ୍କର ଆଭରେଜ୍‌ ୬୩.୫୨ ରହିଥିବା ବେଳେ ସେ ମାରିଛନ୍ତି ୪ ଶତକ ଓ ୬ ଅର୍ଦ୍ଧଶତକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri