୨୦୨୧ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ନାୟିକା ତାଲିକାରେ ଟପ୍‌ରେ କରିନା

ମୁମ୍ବାଇ: ବଲିଉଡରେ ଏମିତି କେତେଜଣ ନାୟିକା ଅଛନ୍ତି ଯେଉଁମାନେ ନିଜର କାମ ପାଇଁ ଅନେକଙ୍କର ପ୍ରିୟ ହୋଇଥାଆନ୍ତି । ନିକଟରେ ମୋଷ୍ଟ ସର୍ଚ୍ଚ ଫିମେଲ ସେଲିବ୍ରିଟିଙ୍କର ଏକ ତାଲିକା ପ୍ରକାଶ କରାଯାଇଛି । ଆଉ ଏଥିରେ ଥିବା ଅଭିନେତ୍ରୀଙ୍କ ତାଲିକାରେ ବାଜି ମାରିଛନ୍ତି କରିନା କପୁର ଖାଁ । ସେ ଅଛନ୍ତି ସବୁଠୁ ଆଗରେ ।
କରିନା କପୁର: କରିନା ଚଳିତ ବର୍ଷ ପୁଣିଥରେ ମା’ ହୋଇଥିବା ବେଳେ ଆସିଥିଲେ ଚର୍ଚ୍ଚାକୁ । ଏହାସହ ସେ ଏକ ପୁସ୍ତକ ଲେଖିଥିଲେ ପ୍ରେଗ୍ନେସି ବାଇବେଲ । ଯାହାକୁ ନେଇ ତାଙ୍କୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା ।
କ୍ୟାଟ୍ରିନା କୈଫ: ‘ସୂର୍ଯ୍ୟବଂଶୀ’ରେ ନିଜର ଅଭିନୟକୁ ଦେଇ ଦର୍ଶକଙ୍କ ଦିଲ୍ ଜିତିଥିବା କ୍ୟାଟ୍ରିିନା କୈଫ ମୋଷ୍ଟ ସର୍ଚ୍ଚ ନାୟିକା ତାଲିକାର ଦ୍ୱିତୀୟ ନମ୍ବରରେ ଅଛନ୍ତି । ଏହାସହ ଭିକ୍କି କୌଶଙ୍କ ସହ ତାଙ୍କ ବିବାହକୁ ନେଇ ସେ ବି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିବା ସହ ଅନେକ ଥର ସର୍ଚ୍ଚକୁ ଆସିଛନ୍ତି ।
ପ୍ରିୟଙ୍କା ଚୋପ୍ରା: ବଲିଉଡ୍ ନୁହେଁ ଏବେ ହଲିଉଡରେ ରାଜ କରୁଥିବା ନାୟିକା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏହି ତାଲିକାର ୩ ନମ୍ବର ସ୍ଥାନରେ ରହିଛନ୍ତି । ତେବେ ନିକ ଜୋନାସଙ୍କ ସହ ତାଙ୍କର ଡିଭୋର୍ସ ଖବରକୁ ନେଇ ସେ ଏହି ତାଲିକାର ୩ ନମ୍ବର ସ୍ଥାନ ପାଇଛନ୍ତି ।
ଆଲିଆ ଭଟ୍ଟ: ଚତୁର୍ଥ ସ୍ଥାନରେ ଅଛନ୍ତି ଆଲିଆ ଭଟ୍ଟ । ବଡ ବଜେଟର ଫିଲ୍ମ ନିର୍ମାଣ ଓ ରଣବୀର କପୁରଙ୍କ ସହ ତାଙ୍କର ରିଲେସନଶିପକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଆଲିଆ । ଏହାସହ ଆର୍‌ଆର୍‌ଆର୍ ଫିଲ୍ମକୁ ନେଇ ବି ସେ ଖବରରେ ରହିଛନ୍ତି ।
ଦୀପିକା ପାଦୁକୋନ: ଚଳିତ ବର୍ଷ ପଦ୍ମାବତ୍ ଫେମ ଦୀପିକା ପାଦୁକୋନଙ୍କର କୌଣସି ଫିଲ୍ମ ରିଲିଜ୍ ହୋଇ ନ ଥିବା ବେଳେ ବର୍ଷ ଶେଷକୁ ସେ ଦେଖାଦେଇଥିଲେ ‘୮୩’ରେ । ପ୍ରଥମଥର ଲାଗି ଗୋଟିଏ ବର୍ଷ ଭିତରେ କୌଣସି ଫିଲ୍ମ ରିଲିଜ ହୋଇନାହିଁ ଦୀପିକାଙ୍କର । ତେବେ ବର୍ଷ ଶେଷକୁ ସେ ରଣବୀର ସିଂଙ୍କ ସହ ‘୮୩’ରେ ନଜର ଆସି ଆସିଛନ୍ତି ଚର୍ଚ୍ଚାକୁ ଓ ସର୍ଚ୍ଚ ତାଲିକାର ୫ ନମ୍ବର ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି ।

Share