ସୋସିଆଲ ମିଡିଆରେ ଅଧିକ ଟୁଇଟ୍‌ କରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛି ଏହି ୩ ନେତାଙ୍କ ନାମ

ଓ୍ବାଶିଂଟନ,୧୦ା୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସାଧାରଣ ଲୋକଙ୍କୁ ଟୁଇଟ୍‌ କରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ର ବାର୍ଷିକ ସମୀକ୍ଷା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବାଇଡେନ ଏବଂ ମୋଦି ଲୋକଙ୍କ ବିଷୟରେ ସର୍ବାଧିକ ଟୁଇଟ୍‌ କରିଛନ୍ତି। ଟ୍ରମ୍ପ ପ୍ରଥମ ସ୍ଥାନରେ ଥିବା ବେଳେ ବାଇଡେନ୍‌ ଦ୍ୱିତୀୟ ଏବଂ ମୋଦି ସପ୍ତମ ସ୍ଥାନରେ ଅଛନ୍ତି।

ଭାରତୀୟ-ଆମେରିକୀୟ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ ହେଉଛନ୍ତି ଏକମାତ୍ର ମହିଳା, ଯିଏକି ୧୦ମ ସ୍ଥାନରେ ରହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମକୁ ରାଜନୈତିକ ପରିବର୍ତ୍ତନ ପାଇଁ ତଥା ବିଶ୍ୱର ନେତାମାନଙ୍କୁ ଉତ୍ତରଦାୟୀ କରିବା ପାଇଁ କ୍ରମାଗତ ଭାବରେ ବ୍ୟବହାର କରୁଛନ୍ତି। ଚଳିତ ବର୍ଷ ବିଶ୍ୱବ୍ୟାପୀ ନିର୍ବାଚନ ବିଷୟରେ ୭୦୦ ମିଲିୟନରୁ ଅଧିକ ଟୁଇଟ୍‌ ହୋଇଛି । ବ୍ଲଗ ପୋଷ୍ଟ ଅନୁଯାୟୀ, ଏହା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ, ଚଳିତବର୍ଷ ଅଧିକାଂଶ ଲୋକଙ୍କ ଦ୍ୱାରା ବ୍ୟବହୃତ ସବୁଠାରୁ ଲୋକପ୍ରିୟ ହ୍ୟାସଟ୍ୟାଗ୍‌# COVID19 ବ୍ୟତୀତ ଅନ୍ୟ କିଛି ନୁହେଁ।

Share