Categories: ଜାତୀୟ

କର୍ନାଟକ ନିର୍ବାଚନରେ ନୋଟା ବାଛିପାରନ୍ତି ଅଧିକାଂଶ ଭୋଟର: ପୂର୍ବତନ ସିଇସି

ବେଙ୍ଗାଲୁରୁ,୯।୫:କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ କରାଯିବ। ଏହାପୂର୍ବରୁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ନାସିମ ଅହମଦ ଜାଇଦିଙ୍କ ଭୋଟିଂକୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଭୋଟରମାନେ ନୋଟାରେ ଅଧିକ ଭୋଟ ଦେବାର ସମ୍ଭାବନା ରହିଛି। ଏପରି ହେବାର କାରଣ, ସେମାନଙ୍କ ମନ ମୁତାବକ ଯୋଗ୍ୟ ପ୍ରାର୍ଥୀ ମିଳନ୍ତି ନାହିଁ।
ସୂଚନାଯୋଗ୍ୟ, ଡକ୍ଟର ନାସିମ ଜାଇଦି ସୋମବାର ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌) ଦ୍ୱାରା ଆୟୋଜିତ ଏକ ୱେବିନାରରେ ନିର୍ବାଚନ ପ୍ରକ୍ରିୟା ଏବଂ ପ୍ରାର୍ଥୀ, ଭୋଟର ଏବଂ ମତଦାନ ବିଷୟରେ ଆଲୋଚନା କରୁଥିଲେ। ଭୋଟରଙ୍କ ନିଜସ୍ବ ମତ ରହିଛି। ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ସୂଚନା ମିଳିବା ପରେ ଭୋଟରଙ୍କୁ ତାହା ପ୍ରଭାବିତ କରୁନାହିଁ। ଏହା କୁହାଯାଇପାରେ ଯେ, ଏହାର ପ୍ରଭାବ ହେତୁ ସେମାନେ ନୋଟାରେ ଭୋଟ ଦେଉଛନ୍ତି ବୋଲି ସେ କହିଛନ୍ତି।
ନାସିମ କହିଛନ୍ତି ଯେ, ଭୋଟରମାନେ ଏବେ ବହୁତ ସଂଖ୍ୟାରେ ଭୋଟ ଦେବାକୁ ଆସୁଛନ୍ତି, କିନ୍ତୁ ଅନେକ ଥର ସେମାନେ ଯୋଗ୍ୟ ପ୍ରାର୍ଥୀ ପାଆନ୍ତି ନାହିଁ। ଏଭଳି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ଭୋଟ ଦେବା ପରିବର୍ତ୍ତେ ଭୋଟରମାନେ ନୋଟା ଆଡକୁ ଯାଉଛନ୍ତି। ଭୋଟରଙ୍କୁ ପ୍ରାର୍ଥୀର କେଉଁ ସୂଚନା ପ୍ରଭାବିତ କରିବ ସେ ବିଷୟରେ ଆମେ ଜାଣିବା ଦରକାର। ଆଗକୁ ନିର୍ବାଚନ ପରେ ଏହି ବିଷୟରେ ବିଶ୍ଳେଷଣ ହୋଇପାରେ।

Share