ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଆବୁ କାସିମଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,ନୂଆଦିଲ୍ଲୀ,୮।୯: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କ ଗୋଟିକ ପରେ ଗୋଟିଏ ପାକିସ୍ତାନରେ କରାଯାଉଛି ହତ୍ୟା। ଏହି ଆତଙ୍କବାଦୀଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରୁଛନ୍ତି। ଯାହାକୁ ପାକିସ୍ତାନୀ ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ। ବର୍ତ୍ତମାନ ଏହି ଅଜ୍ଞାତ ବନ୍ଧୁକଧାରୀ ଲଶ୍କର-ଏ-ତାଇବା (ଲେଟି) ନେତା ହାଫିଜ ସଇଦଙ୍କ ନିକଟତମ ଆବୁ କାସିମଙ୍କୁ ହତ୍ୟା କରିଛନ୍ତି। ଆବୁ କାସିମଙ୍କୁ ପାକିସ୍ତାନ ଅକ୍ତିଆର କରିଥିବା କଶ୍ମୀର(ପିଓକେ)ର ରାବଲକୋଟରେ ଥିବା ଏକ ମସଜିଦ ଭିତରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଆକ୍ରମଣ ପାକିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନେକ ଆତଙ୍କବାଦୀ ଆକ୍ରମଣରେ ଅବୁ କାସିମ ହାତ ଥିଲା। ସେ ଜମ୍ମୁ କଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ବିରୋଧରେ ଅନେକ ହାଇ ପ୍ରୋଫାଇଲ ଆକ୍ରମଣରେ ଜଡିତ ଥିଲେ। କେବଳ ଏତିକି ନୁହେଁ, ସେ ଲସ୍କର-ଇ-ତାଇବା ଆତଙ୍କବାଦୀଙ୍କୁ ଲଞ୍ଚ ପ୍ୟାଡ ଦ୍ୱାରା ପିଓକେରୁ ଜମ୍ମୁ କଶ୍ମୀରରେ ଅନୁପ୍ରେବଶ କରାଉଥିଲେ। ସେହି ଆତଙ୍କବାଦୀଙ୍କ ପାଇଁ ସେ ରହିବା, ଖାଦ୍ୟ ଏବଂ ଟଙ୍କା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ। କାସିମ ସ୍ଥାନୀୟ ଯୁବକମାନଙ୍କୁ ଲଶ୍କରରେ ନିଯୁକ୍ତି ଦେବାରେ ମଧ୍ୟ ଜଡିତ ଥିଲେ। ଏଥିପାଇଁ ସେ ପାକିସ୍ତାନରୁ ଟଙ୍କା ପାଉଥିଲେ। ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଦୀର୍ଘ ସମୟ ଧରି ତାଙ୍କୁ ଖୋଜୁଥିଲେ।

କାସିମ ଲଶ୍କର-ଏ-ତାଇବାର ପ୍ରତିଷ୍ଠାତା ତଥା ଜମାତ-ଉଦ-ଦାୱା (ଜେଉଡି)ର ମୁଖ୍ୟ ହାଫିଜ ସଇଦଙ୍କ ନିକଟତର ଓ ଭରସାଯୋଗ୍ୟ ଲୋକ ଥିଲେ। ଉଭୟଙ୍କ ଘନିଷ୍ଠ ସମ୍ପର୍କ ପାକିସ୍ତାନରେ ଆତଙ୍କବାଦୀ ନିଯୁକ୍ତିକୁ ତ୍ୱରାନ୍ବିତ କରିଥିଲା। ହାଫିଜ ସଇଦ ଅନେକ ଜମ୍ମୁ କଶ୍ମୀର ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ଆବୁ କାସିମଙ୍କୁ ଦେଉଥିଲେ। ସେ ପାକିସ୍ତାନରେ ଅତି ଲୋ େପ୍ରୋଫାଇଲ ଭାବେ ଚଳି ଆତ୍ମ ଗୋପନ କରୁଥିଲେ ଯାହାଫଳରେ କେହି ତାଙ୍କୁ ଚିହ୍ନି ପାରି ନ ଥିଲେ। କିନ୍ତୁ ଆକ୍ରମଣକାରୀମାନେ ଅନେକ ଦିନ ଧରି ଆବୁ କାସିମଙ୍କୁ ସନ୍ଧାନ କରୁଥିଲେ।

ସୂଚନାଯୋଗ୍ୟ, ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଛି। ଗତ ମାସରେ, ଅଗଷ୍ଟ ୧୨ରେ, ହାଫିଜ ସଇଦଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ଖାଲିଦ ସାଇଫୁଲ୍ଲାହଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଥିଲେ। କିନ୍ତୁ ସାଇଫୁଲ୍ଲାହଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଖାଲିଦ ଦୀର୍ଘ ଦିନ ଧରି ପାକିସ୍ତାନରେ ଲଶ୍କର-ଇ-ତାଇବା ପାଇଁ ସହାୟତା ଏବଂ ପାଣ୍ଠି ସଂଗ୍ରହ କାର୍ଯ୍ୟ ପରିଚାଳନା କରୁଥିଲେ। ଏହାପୂର୍ବରୁ ମେ ୩୦ରେ ଲଶ୍କର କମାଣ୍ଡର ଅବଦୁଲ ସଲାମ ଭୁଟ୍ଟିଙ୍କ ମୃତ୍ୟୁ ଖବର ଆସିଥିଲା। ୨୦୦୮ମୁମ୍ବାଇ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଭୁଟ୍ଟି ତାଲିମ ଦେଇଥିଲେ।

Share