Categories: ଖେଳ

ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ: ଏହି ଖେଳାଳି ନେଇଛନ୍ତି ସର୍ବାଧିକ ଉଇକେଟ୍‌

ଡୋମିନିକା,୧୫।୭: ଡୋମିନିକା ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରବି ଅଶ୍ୱିନଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି। ରବି ଅଶ୍ୱିନ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜର ୫ ଖେଳାଳିଙ୍କୁ ଆଉଟ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୭ଜଣ କାରିବିଆନ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। ଏହି ପରି ଭାବରେ ରବି ଅଶ୍ୱିନ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲର ତାଲିକାରେ ସାମିଲ ହୋଇଛନ୍ତି।

ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲର ତାଲିକାରେ ପୂର୍ବତନ ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ମ୍ୟାକଲମ ମାର୍ଶଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମାର୍ଶଲଙ୍କ ନାମରେ ୭୬ ଉଇକେଟ ନେଇ ରେକର୍ଡ କରିଛନ୍ତି। ଏହି ତାଲିକାର ତୃତୀୟ ନମ୍ବରରେ ପୂର୍ବତନ ଭାରତୀୟ ଲେଗ ସ୍ପିନର ଅନିଲ କୁମ୍ବଲେ ଅଛନ୍ତି। ଏଥି ସହିତ, ବର୍ତ୍ତମାନ ରବି ଅଶ୍ୱିନ ଏହି ବିଶେଷ ତାଲିକାରେ ଯୋଗ ଦେଇଛନ୍ତି।

 

Share