
କୋକସରା,୨୭।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଏବଂ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଛନ୍ତି। ଏଭଳିସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ବିଭିନ୍ନ ସଙ୍ଗଠନ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ପଞ୍ଚାୟତଗୁଡିକୁ ବ୍ଲକ ଘୋଷଣା କରିବାକୁ ଦାବି ଉପସ୍ଥାପନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ପୂର୍ତ୍ତବିଭାଗ ଡାକ ବଙ୍ଗଳାଠାରେ ରବିବାର ଏକ ପ୍ରସ୍ତୁତି ବୈଠକରେ କୋକସରା ବ୍ଲକର ମୋଟେର ପଞ୍ଚାୟତକୁ ନୂତନ ବ୍ଲକ ଘୋଷଣା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଅଞ୍ଚଳବାସୀଙ୍କ ଦାବି ମୁତାବକ, ୨୬ ନମ୍ବର ଜାତୀୟ ରାଜପଥରେ ଥିବା ମୋଟେର ଛକ ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ୫ଟି ବ୍ଲକର କେନ୍ଦ୍ରସ୍ଥଳରେ ରହିଛି । ବ୍ଲକ ପାଇଁ କୋକସରା, ଜୟପାଟଣା ଓ ଜୁନାଗଡ଼ ବ୍ଲକର ୧୧ ପଞ୍ଚାୟତକୁ ନେଇ ନୂତନ ମୋଟେର ବ୍ଲକ ଦାବି କରାଯାଇଛି।
ଆବାହକ ପଦ୍ମକିଶୋର ପୂଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମୋଟେର ସରପଞ୍ଚ ସୁଶିଳ କୁମାର ଶବର, ଦେବେନ୍ଦ୍ର ପାଟ୍ଟଯୋଷୀ, ରୋହନ ପାଟ୍ଟଯୋଷୀ, ସୁବ୍ରତ ପାଟ୍ଟଯୋଷୀ, ନବ କିଶୋର ଦାସ, ବୈଦ୍ୟନାଥ ପାଟ୍ଟଯୋଷୀ, ଗୋବିନ୍ଦ ପାନ, ମଦନ ନାଏକ, ନୀଳକଣ୍ଠ ମାଝୀ, ହେମନ୍ତ ପୂଝାରୀ, ପ୍ରଭାକର ବେହେରା, ମାର୍କଣ୍ଡ ବେମାଲ, ଗଜାନନ ନିଆଳ, ମଣିଭଦ୍ର ପଣ୍ଡା, କୁରୁକ୍ଷେତ୍ର ବେହେରା, ଅଜୟ କୁମାର ଦୀପ, ଲକ୍ଷ୍ମଣ ନାଏକ, ଶଙ୍କର ପ୍ରସାଦ ସାହୁ, କୁରେଶ୍ୱର ମାଝୀ, ପୁରୁଷୋତ୍ତମ ସିଂ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ରହି ଭୌଗଳିକ ଦୃଷ୍ଟିରୁ ବ୍ଲକ ଦାବିକୁ ଯଥାର୍ଥ କହିବା ସହ ମୋଟେରକୁ ବ୍ଳକ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଏହି ଅବସରରେ ସର୍ବସମ୍ମତ୍ତି କ୍ରମେ ନୂତନ ବ୍ଲକ ଗଠନ ନେଇ ଏକ କମିଟି ଗଠନ କରାଯାଇଛି। ସଭାପତି ଭାବେ ପଦ୍ମ କିଶୋର ପୂଝାରୀ, ସମ୍ପାଦକ ଭାବେ ରୋହନ ପାଟ୍ଟଯୋଷୀ, କୋଷାଧ୍ୟକ୍ଷ ଭାବେ ଯଶୋବନ୍ତ ପାଟ୍ଟଯୋଷୀଙ୍କ ସହ ଅନ୍ୟ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା ରାମ ନାରାୟଣ ପୂଝାରୀ କରିଥିବା ବେଳେ ପୁରୁଷୋତ୍ତମ ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।
ବୈଠକରେ କୋକସରା, ଜୟପାଟଣା, ଜୁନାଗଡ଼ ବ୍ଲକ ଅଞ୍ଚଳର ଶତାଧିକ ଜନ ସାଧାରଣ ଉପସ୍ଥିତ ରହି ଦାବିକୁ ସମର୍ଥନ କହିବା ସହ ନୂତନ ବ୍ଲକ ଗଠନ ହେଲେ ଅଞ୍ଚଳବାସୀଙ୍କ ଆର୍ଥିକ, ସାମାଜିକ, ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ ବୋଲି ମତ ପ୍ରକାଶ କରିଥିଲେ।