Categories: ଜାତୀୟ

ଘରକୁ ଗ୍ୟାସ୍‌ ଚାମ୍ବରରେ ପରିଣତ କରି ମା’,୨ ଝିଅଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଜଣେ ୫୫ ବର୍ଷୀୟ ମହିଳା ଓ ତାଙ୍କର ୩୦ ଓ ୨୬ ବର୍ଷର ଦୁଇ ଝିଅ ସେମାନଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ଆତ୍ମହତ୍ୟା କରିବାର ଯୋଜନା ହୃଦୟ ବିଦାରକ। ସେମାନେ ନିଜ ଫ୍ଲାଟ୍‌କୁ ପଛପଟୁ ତାଲା ଦେବା ସହ କବାଟ ଝରକାକୁ ସିଲ୍‌ କରି ଗ୍ୟାସ୍‌ ଚାମ୍ବରରେ ପରିଣତ କରିଥିଲେ। ଭିତରେ ରନ୍ଧନ ଗ୍ୟାସ ସିଲିଣ୍ଡର ଖୋଲା ରହିଥିଲା ଏବଂ ସେମାନଙ୍କ ରୁମ୍‌ରେ କୋଇଲା ନିଆଁ ଜଳୁଥିଲା। ଦିଲ୍ଲୀ ପୋଲିସ କବାଟ ଭାଙ୍ଗି ଘରେ ପ୍ରବେଶ କରିବା ପରେ ସେଠାରୁ ୩ ମୃତଦେହ ସହ ସୁଇସାଇଡ୍‌ ନୋଟ ଜବତ କରିଛି। ସେମାନେ ଘର ସିଲ୍‌ କରିବା ସାମଗ୍ରୀ ଏବଂ ଆଙ୍ଗିଠି (କୋଲ୍‌ ଫାୟାର) ଅନ୍‌ଲାଇନରେ କିଣିଥିବା ଜଣାପଡ଼ିଛି।

କୋଇଲା ନିଆଁ ସହ ଘର ସିଲ୍‌ ହୋଇଥିବାରୁ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଗ୍ୟାସ୍‌ ଭର୍ତ୍ତି ଫ୍ଲାଟ୍‌ରେ ଅଗ୍ନିକାଣ୍ଡ ସମ୍ଭାବନା ଥିବାରୁ ପ୍ରବେଶ କରିବାକୁ ଥିବା ବ୍ୟକ୍ତି ଦିଆସିଲି ନ ଲଗାଇବାକୁ ସୁଇସାଇଡ୍‌ ନୋଟ୍‌ରେ ସତର୍କ କରିଦିଆଯାଇଛି। ଘରେ ଅତ୍ୟନ୍ତ ବିପଜ୍ଜନକ ଓ ଦହନଶୀଳ ଗ୍ୟାସ ରହିଛି। ତେଣୁ ଝରକା ଖୋଲିବା ସହ ଫ୍ୟାନ୍‌ ଲଗାଇ ବାୟୁ ଚଳାଚଳ ବ୍ୟବସ୍ଥା କରିବାକୁ ସେଥିରେ ଇଂଲିଶରେ ଲେଖାଯାଇଥିଲା।

Share