ଶୋଇଥିବାବେଳେ ଜିଅନ୍ତା ଜଳିଗଲେ ମା-ଝିଅ, ବାପ-ପୁଅ ଗିରଫ

ସମ୍ବଲପୁର,୭ା୧୧(ପ୍ରମୋଦ ବହିଦାର): ଘରେ ଶୋଇଥିବାବେଳେ ନିଆଁ ଲାଗି ମା’-ଝିଅ ଜିଅନ୍ତା ଜଳିଯିବା ଘଟଣାରେ ସଦରଥାନା ପୋଲିସ ଗୁରବାର ବାପ ଓ ପୁଅଙ୍କୁ ଗିରଫ କରିଛି। ସେମାନେ ହେଲେ ମୃତା ମହିଳା ସ୍ନେହଲତା ଦୀକ୍ଷିତଙ୍କ ପୁତ୍ର ଜଗନ୍ନାଥ (୫୮) ଓ ନାତି (ଜଗନ୍ନାଥଙ୍କ ପୁତ୍ର) ସଙ୍କେତ(୨୬)।
ସୂଚନାନୁସାରେ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ସମ୍ବଲପୁର ସଦର ଥାନା ତଥା ମାନେଶ୍ବର ବ୍ଲକ ହାଟପଦା ଗ୍ରାମରେ ଏକ ଦୋହଲାଇ କୋଠାର ଉପର ମହଲାରେ ନିଆଁ ଲାଗିଯିବାରୁ ଏଠାରେ ରହୁଥିବା ସ୍ନେହଲତା ଦୀକ୍ଷିତ(୯୫) ଓ ତାଙ୍କ ଝିଅ ସୈରେନ୍ଦ୍ରୀ ଦୀକ୍ଷିତ(୬୨) ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ। କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତା ସ୍ନେହଲତାଙ୍କ ସାନଝିଅ ଇନ୍ଦ୍ରାଣୀ ପୁରୋହିତ ତଳ ମହଲାରେ ରହୁଥିବା ତାଙ୍କ ବଡ଼ଭାଇ ଓ ତାଙ୍କ ପରିବାର ମିଶି ଯୋଜନାବଦ୍ଧ ଭାବେ ଘରେ ନିଆଁ ଲଗାଇ ତାଙ୍କ ମାତା ଓ ବଡ଼ ଭଉଣୀଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ସଦର ଥାନାରେ କେସ ନଂ.୨୯୬/୨୪ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ ପୂର୍ବକ ପୋଲିସ ଉଭୟ ଜଗନ୍ନାଥ ଓ ପୁଅ ଅଙ୍କିତଙ୍କୁ ଗତକାଲି ପ୍ରଥମେ ଅଟକ ରଖି ପଚରାଉଚରା କରିଥିଲା। ମାତ୍ର ଗୁରୁବାର ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ସ୍ନେହଲତା ଓ ସୈରେନ୍ଦ୍ରୀ ମାନେଶ୍ବର ହାଟପଦାରେ ତାଙ୍କ ମହଲା ବିଶିଷ୍ଟ କୋଠାର ଉପର ମହଲାରେ ରହୁଥିଲେ। ସ୍ନେହଲତା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତା ହୋଇ ଶଯ୍ୟାଶାୟୀ ଥିଲେ। ଅବିବାହିତା ସୈରେନ୍ଦ୍ରୀ ଜଣେ ଅବସରପାତ୍ର ଶିକ୍ଷୟିତ୍ରୀ। ସେ ମା’ଙ୍କ ପାଖରେ ରହି ତାଙ୍କ ସେବା  କରୁଥିଲେ। ସେହିପରି ଉକ୍ତ କୋଠାର ତଳ ମହଲାରେ ସ୍ନେହଲତାଙ୍କ ଏକମାତ୍ର ପୁତ୍ର ଜଗନ୍ନାଥ ପରିବାର ସହିତ ରହୁଥିଲେ। ତେବେ ଜମିବାଡ଼ିକୁ ନେଇ ଜଗନ୍ନାଥଙ୍କ ସହ ସ୍ନେହଲତା ଓ ସୈରେନ୍ଦ୍ରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ତେଣୁ ମା’ ଓ ଭଉଣୀଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ଭାଇ ଜଗନ୍ନାଥ ଏପରି କରିଛନ୍ତି ବୋଲି ଇନ୍ଦ୍ରାଣୀ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri