ଟ୍ରେନ୍‌ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ଜିଲା ସିଙ୍ଗାପୁରୁ ରୋଡ୍‌ ରେଳ ଷ୍ଟେଶନରେ ଅଘଟଣ, ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ସମୟରେ ଏହି ଅଘଟଣ ଘଟିଛି। କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇପଡ଼ିଛନ୍ତି। ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୋଲିସ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ମା’ ରତିକା ଚନ୍ଦନାଙ୍କର ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମଗୋଡ଼ ଭାଙ୍ଗିଯାଇଛି। ତାଙ୍କର ୪ ବର୍ଷର ଶିଶୁକନ୍ୟା ହସ୍ତିନା ଚନ୍ଦନାଙ୍କର ଡାହାଣ ହାତ ଓ ଗୋଡ଼ କଟିଯାଇଛି। ସ୍ବାମୀ ଚୈତନ୍ୟ ଚନ୍ଦନା ସ୍ତ୍ରୀ ପିଲାଙ୍କୁ ଧରି ଟିଟିଲାଗଡ଼ କାନିଝୁରିରୁ ଦୁଇଦିନ ତଳୁ ରାୟଗଡ଼ା ପେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଜିଞ୍ଜିଲିବାଡ଼ି ସମ୍ପର୍କୀୟଙ୍କ ଦଶକାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଆସିଥିଲେ। ଆଜି ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ମାମଲା: ଟେଷ୍ଟ ରିପୋର୍ଟ ଆସିନି, ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ଏଡିଜି କହିଲେ…

ଭୁବନେଶ୍ୱର,୧୮ା୧୦: ଭରତପୁର ଥାନା ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ତଦନ୍ତ କମିଶନଙ୍କ ନିକଟରେ ହାଜର ହେବା ବେଳେ...

ମୋକିମଙ୍କ ବିସ୍ଫୋରକ ବୟାନ: ବିଜେଡି, ଭାଜପାର ବହୁ ନେତା….

ଭୁବନେଶ୍ୱର,୧୮।୧୦: ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବଡ଼ ବୟାନ ଦେଇ କହିଛନ୍ତି, ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି।...

ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ପ୍ରେମିକ ଯବାନ

ଅତାବିରା଼,୧୮।୧୦(ହୃଷୀକେଶ ଖମାରୀ): ହତ୍ୟା ଅଭିଯୋଗରେ ବରଗଡ଼ ଜିଲା ଭେଡ଼େନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭେଡ଼େନ ଥାନା କଦଳୀପାଲି...

ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ, ଆଇନଶୃଙ୍ଖଳା ନେଇ କଲେ ସମୀକ୍ଷା

ବୌଦ୍ଧ,୧୮ା୧୦(ଅଜିତ କୁମାର ବାରିକ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ଜିଲାରେ ମାଓବାଦୀ ଗତିବିଧି ଓ ଆଇନଶୃଙ୍ଖଳା ନେଇ...

ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ନେଇ ଏମିତି କହିଲେ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ

ଭୁବନେଶ୍ୱର,୧୮ା୧୦: ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ଆମ ପାଇଁ ଗର୍ବ ବୋଲି କହିଛନ୍ତି ଓମଫେଡ୍‌ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ। ଶ୍ରୀମନ୍ଦିରରେ କେବଳ...

ଭୁବନେଶ୍ୱରରେ ଏତିକି ଦିନ ଆସିବନି ପାଣି, ୱାଟକୋ କହିଲା…

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱରରେ ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ଯାଏଁ ଜଳ ଯୋଗାଣ ବନ୍ଦ ରହିବ। ପାଇପ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ...

ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼,୧୮।୧୦: ବଲାଙ୍ଗୀର ଜିଲା ଲାଠୋର ଥାନା ଝଲିଆଲିଟି ପାହାଡ଼ ଉପରୁ ଶୁକ୍ରବାର ଜଣେ ନାବାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି...

ସମସ୍ତଙ୍କ ପାଇଁ ହେବ ବ୍ୟବସ୍ଥା, ପ୍ରତିଶ୍ରୁତି ଦେଲେ ଜୟନ୍ତୀ ଷଡ଼ଙ୍ଗୀ

ପୁରୀ,୧୮ା୧୦: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ତେବେ ଏହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri