ଗୋଟିଏ ମଣ୍ଡପରେ ବିବାହ କଲେ ମା’-ଝିଅ

ଗୋରଖପୁର,୧୧ ।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ବିଚିତ୍ର ବିହାହ ଦେଖିବାକୁ ମିଳିଛି । ଏଠାରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧିନରେ ଗୋଟିଏ ମଣ୍ଡପରେ ମା’ ଓ ଝିଅ ବିବାହ କରିଥିବା ଦେଖାଯାଇଛି । ଏମାନେ ଗୋଟିଏ ମଣ୍ଡପରେ ନିଜ ନିଜ ଜୀବନସାଥିଙ୍କ ହାତ ଧରି ନୂଆ ଜୀବନ ଆରମ୍ଭ କରିଛନ୍ତି । ଏଠାକୁ ଆସିଥିବା ଅତିଥିମାନେ ମଧ୍ୟ ମା-ଝିଅଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ପେପର‌୍ୟାଲି ବ୍ଲକ ଅଞ୍ଚଳରେ କୁରମୌଲ ବାସିନ୍ଦା ବେଇଲିଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ସାମୁହିକ ଯୋଜନାରେ ବେଇଲି ନିଜ ଝିଅର ଓ ନିଜର ବିବାହ ପାଇଁ ରେଜିଷ୍ଟ୍ରେଶନ କରି ରଖିଥିଲେ । ଏବେ ବେଇଲି ନିଜ ଦିଅର ଜଗଦିଶ(୫୫)ଙ୍କୁ ବିବାହ କରିଥିବା ବେଳେ ତାଙ୍କ ଝିଅ ପାଲି ନିବାସୀ ରାହୁଲଙ୍କୁ ବିବାହ କରିଛନ୍ତି । ଆଉ ଏହି ବିବାହ ଗୋଟିଏ ମଣ୍ଡପରେ ସମ୍ପନ୍ନ ହୋଇଛି । ଏହି ବିବାହ ଦେଖିବା ପରେ ଗ୍ରାମବାସୀମାନେ କହିଛନ୍ତି ଗୋଟିଏ ମଣ୍ଡପରେ ମା’-ଝିଅଙ୍କ ବିବାହ ପ୍ରଥମ ଥର ଲାଗି ଦେଖୁଛନ୍ତି । ସୂଚନାଯୋଗ୍ୟ, ଏହି ବିବାହ ଗୁରୁବାର ଆୟୋଜିତ ହୋଇଥିବା ବେଳେ ପିପର‌୍ୟାଲି ବ୍ଲକ ମୁଖ୍ୟାଳୟରେ ୬୩ ଯୋଡା ବରକନ୍ୟା ବିବାହ କରି ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଛନ୍ତି ।

Share