କରୋନା ନେଲା ମା’ପୁଅଙ୍କ ଜୀବନ

ଲଇକେରା,୧୭ା୫: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକର ମା’ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବ୍ଲକ ମୁଖ୍ୟାଳୟର ମା’ ବୁଇ ବେହେରା(୮୯) ଓ ପୁଅ ବିଜୟ ବେହେରା(୬୯)। ମା’ପୁଅ କରୋନା ସଂକ୍ରମିତ ହୋଇ ଗତ ୮ ତାରିଖରୁ ଜିଲା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ରବିବାର ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ତାଙ୍କର ବଡ ପୁଅଙ୍କ ପରଲୋକ ଘଟିଛି। କୋଭିଡ୍‌ ନିୟମ ଅନୁସାରେ କଣ୍ଟାପାଲି ଶ୍ମଶାନରେ ମୃତଦେହ ସତ୍କାର କରାଯାଇଛି। ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share